Advertisment

ବାର୍ଥ ଡେ ପାର୍ଟିରେ ହୋହଲ୍ଲା କରିବାକୁ ବାରଣ କରିବାରୁ ମହିଳାଙ୍କୁ ଅସଦାଚରଣ, ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସାମାଜିକ ଯୁବକମାନେ ବାର୍ଥ ଡେ ପାର୍ଟିରେ ହୋ-ହଲ୍ଲା କରିବା ସହିତ ନିକଟରେ ରହୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଛନ୍ତି। ମହିଳା ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଛନ୍ତି। ଏନେଇ ଅଭିଯୋଗ ହେବାରୁ ପୁଲିସ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ୟୁନିଟ୍‌-୮ ଅଞ୍ଚଳର ଦେବାଶିଷ ପ୍ରଧାନ ଓରଫ୍‌ ମାଲିଙ୍ଗା(୨୪), ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ(୨୪) ଓ ଦାଶରାଜା ବସ୍ତିର […]

ଅଦ୍ୟତନ ହୋଇଛି
ବାର୍ଥ ଡେ ପାର୍ଟିରେ ହୋହଲ୍ଲା କରିବାକୁ ବାରଣ କରିବାରୁ ମହିଳାଙ୍କୁ ଅସଦାଚରଣ, ୩ ଗିରଫ

BBSR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସାମାଜିକ ଯୁବକମାନେ ବାର୍ଥ ଡେ ପାର୍ଟିରେ ହୋ-ହଲ୍ଲା କରିବା ସହିତ ନିକଟରେ ରହୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଛନ୍ତି। ମହିଳା ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଛନ୍ତି। ଏନେଇ ଅଭିଯୋଗ ହେବାରୁ ପୁଲିସ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ୟୁନିଟ୍‌-୮ ଅଞ୍ଚଳର ଦେବାଶିଷ ପ୍ରଧାନ ଓରଫ୍‌ ମାଲିଙ୍ଗା(୨୪), ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ(୨୪) ଓ ଦାଶରାଜା ବସ୍ତିର ସ୍ୱାଧୀନ ନାୟକ ଓରଫ୍‌ ସାନୁ (୨୨)।

Advertisment

ଏନେଇ ମଞ୍ଚେଶ୍ୱର ଏସିପି ସଂଜୀବ ଶତପଥୀ କହିଛନ୍ତି ଯେ ଡିସେମ୍ବର ୧୨ ତାରିଖ ଘଟଣା। ଅଭିଯୋଗ ଅନୁଯାୟୀ ଯୁବକମାନେ ମହିଳାଙ୍କ ଘରେ ପଶି ଅସଦାଚରଣ କରିଥିଲେ। ସେ ପ୍ରତିରୋଧ କରିବାରୁ ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏନେଇ ସେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଯୁବକମାନଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଦଫା ଲଗାଯାଇଛି। ତିନି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନେ ଫେରାର ଅଛନ୍ତି। ସଂପୃକ୍ତ ମହିଳା କହିଛନ୍ତି ଯେ ସେ ଦିନ ତାଙ୍କ ଜୀବନ ପ୍ରତି ବିପଦ ଥିଲା। ଜଣେ ଯୁବକ ତାଙ୍କ ଘରକୁ ପଶି ଆସି ତାଙ୍କୁ ଆକ୍ରମଣ କରିଥିଲା, ମାରିଥିଲା।

ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୧୨ ତାରିଖରେ ଅଭିଯୁକ୍ତ ଦୀପକ ନିଜ ଜନ୍ମ ଦିନ ପାଳନ ପାଇଁ ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ବସ୍ତିରେ ଏକ ପାର୍ଟିର ଆୟୋଜନ କରିଥିଲା। ସେଠାରେ ପାଖାପାଖି ୨୦ରୁ ଅଧିକ ଅସାମାଜିକ ଯୁବକ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସେମାନେ ଉତ୍ପାତ ଆରମ୍ଭ କରିଦେଇଥିଲେ। କେକ୍‌ କାଟିବା ବେଳେ ସେମାନେ ହୋ-ହଲ୍ଲା କରିଥିଲେ। ଧୀରେ ଧୀରେ ସେମାନଙ୍କ ଅଭଦ୍ରାମି ସୀମା ଟପିବାରୁ ନିକଟରେ ରହୁଥିବା ଜଣେ ମହିଳା ସେମାନଙ୍କୁ ବାରଣ କରିଥିଲେ। ହୋ-ହଲ୍ଲା ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏତିକି କଥାରେ ଅସାମାଜିକ ଯୁବକମାନଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ମହିଳା ସେମାନଙ୍କୁ ବାରଣ କରି ଚାଲିଯିବା ପରେ କେତେ ଜଣ ଯୁବକ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲା। ସେ ପ୍ରତିରୋଧ କରିବାରୁ ତାଙ୍କ ଘରେ ଭଙ୍ଗାରୁଜା କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ମଞ୍ଚେଶ୍ୱର ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଦୀପକ, ମାଲିଙ୍ଗା  ଓ ସାନୁକୁ କାବୁ କରିଥିଲା। ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Advertisment

ଏନେଇ ମହିଳାଙ୍କ ସ୍ୱାମୀ ମଙ୍ଗଳବାର ମଞ୍ଚେଶ୍ୱର ଥାନାରେ ଦୀପକ, ମାଲିଙ୍ଗା ଓ ସାନୁଙ୍କ ସହ ସେମାନଙ୍କ ସହଯୋଗୀ କୀଟୁ, ରାହୁଲ, ସୁରେଶ, ରୋହେଣ ଗୋପେ, ଅମିତ ନାୟକ, ବିଶାଳ ପାତ୍ର, ବିବେକ ପାତ୍ର  ଓ ସୁନୀଲ ସାହୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ  ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe