/odisha-reporter/media/post_attachments/uploads/2020/12/water-protest-1.jpg)
water-protest-1
ଆଳି(ବନମାଳି ସାହୁ): ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଶତାଧିକ ମହିଳାଙ୍କ ଜଳ ସତ୍ୟାଗ୍ରହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଏହି ଜଳ ସତ୍ୟାଗ୍ରହ କରାଯାଇଛି ।
ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ ଅଭିନବ ଢ଼ଙ୍ଗରେ ଗୀତ ଗାଇ ଖରସ୍ରୋତ ନଦୀ ଭିତରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି । ଏଥସହ ନଦୀର ସୁରକ୍ଷା ପାଇଁ ହାତରେ ଗରା ମାଠିଆ ଧରି ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ର୍ନିମାଣ ସହ ଆଳି ଓ ରାଜକନିକା ବ୍ଲକରେ ପାନୀୟଜଳ ପ୍ରକଳ୍ପ ର୍ନିମାଣ କରାଯାଉ ତା ପରେ ଭଦ୍ରକ ଜିଲ୍ଲାକୁ ପାଣି ଦିଆଯିବା କଥା ଚିନ୍ତା କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି।
ସରକାର ଖରସ୍ରୋତା ନଦୀରେ ୮୬୮କୋଟି ଟଙ୍କାର ବ୍ୟୟ ଅଟକଳେରେ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଜିଲ୍ଲାକୁ ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ପ୍ରକଳ୍ପ ହେବା ଦିନରୁ ଖରସ୍ରୋତା ବଞ୍ଚାଆ ସଂଗ୍ରାମ ସମିତି ଏହାକୁ ବିରୋଧ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
