Advertisment

ସ୍ମିତାରାଣୀଙ୍କ ତଦନ୍ତରେ ଖୁସି ନାହାନ୍ତି ମହିଳା କମିଶନ

ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ସ୍ମିତାରାଣୀ ମୃତ୍ୟୁ ମାମଲାର ଯେଉଁ ତଦନ୍ତ ହୋଇଛି ସେଥିରେ ସନ୍ତୁଷ୍ଟ ନାହାନ୍ତି ମହିଳା କମିଶନ। ଏହି ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ତଦନ୍ତରେ ସନ୍ତୁଷ୍ଟ ନଥିବାରୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ଲେଖିଛୁ ସେ କହିଛନ୍ତି। ଏଥିସହିତ ଯାଜପୁର ଏସ୍‌ପିଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିବା ସହିତ ଏପରି କହିବାର ନଥିଲା ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା। ତେବେ ଏ ସମ୍ପର୍ରେ ଏସ୍‌ପିଙ୍କୁ ଗତ ୧୮ରୁ ରିପୋର୍ଟ […]

ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସର ଧାରଣା, ରାଜ୍ୟପାଳଙ୍କୁ ଭେଟିଲା

smita-1

Advertisment

ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ସ୍ମିତାରାଣୀ ମୃତ୍ୟୁ ମାମଲାର ଯେଉଁ ତଦନ୍ତ ହୋଇଛି ସେଥିରେ ସନ୍ତୁଷ୍ଟ ନାହାନ୍ତି ମହିଳା କମିଶନ। ଏହି ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ତଦନ୍ତରେ ସନ୍ତୁଷ୍ଟ ନଥିବାରୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ଲେଖିଛୁ ସେ କହିଛନ୍ତି। ଏଥିସହିତ ଯାଜପୁର ଏସ୍‌ପିଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିବା ସହିତ ଏପରି କହିବାର ନଥିଲା ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା। ତେବେ ଏ ସମ୍ପର୍ରେ ଏସ୍‌ପିଙ୍କୁ ଗତ ୧୮ରୁ ରିପୋର୍ଟ ମାଗିଛୁ, କିନ୍ତୁ ଏଯାଏ ସେ ରିପୋର୍ଟ ଦେଇ ନାହାନ୍ତି ବୋଲି ମହିଳା କମିଶନ ସୂଚନା ଦେଇଛନ୍ତି। ସ୍ମିତାରାଣୀ ମୃତ୍ୟୁ ଘଟଣାର ୨ ଥର ଯାଇ ତଦନ୍ତ କରିଛୁ, ଦରକାର ହେଲେ ଅଧତ୍କ ତଦନ୍ତ କରାଯିବ। ତଦନ୍ତ ସରି ନଥିବାରୁ ରିପୋର୍ଟ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା।

Advertisment

ଅନ୍ୟପଟେ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା। ଦୋଷୀକୁ ଦଣ୍ଡ ଓ ଏସ୍‌ପିଙ୍କ ବିବାଦୀୟ ମନ୍ତବ୍ୟ ନେଇ ମହିଳା କମିଶନ ଚୁପ୍ ରହି ଥିବାରୁ ଏହାର ଦୃଢ଼ ବିରୋଧ କରିଛି ବିଜେପି। ମହିଳା ମୋର୍ଚ୍ଚା ବିଜେପି ନେତ୍ରୀ ଓ କର୍ମୀ ବିକ୍ଷୋଭ କରିବା ସହ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କ ଇସ୍ତଫା ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe