Advertisment

ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ...

ଯାଜପୁର(ଗୁଲାମ ଗସ୍‌): “ଏହା ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ ତଥା ଦୁଃଖଦ ଘଟଣା। ଯେଉଁ ଅମଣିଷ ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି, ସେମାନେ ନିଶ୍ଚିତ ରୂପେ ଦଣ୍ଡ ପାଇବେ। ଏପରି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଝିଅଟି ପାଠ ପଢ଼ୁଥିଲା। ନିଜ ଭବିଷ୍ୟତ ପାଇଁ ସ୍ୱପ୍ନ ବି ଦେଖୁଥିଲା। ଯେଉଁମାନେ ତା’ ପ୍ରତି ଅତ୍ୟାଚାର କରିଛନ୍ତି ସେମାନେ ଦଣ୍ଡ ପାଇବେ।” ରମାଦେବୀ ଛାତ୍ରୀ ଝରାଫୁଲର ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଆଜି ଘଟଣାସ୍ଥଳରେ ପହଞ୍ଚି ଏପରି […]

author-image
Niharika Rout
ଅଦ୍ୟତନ ହୋଇଛି
ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ...

jharaphula TH

ଯାଜପୁର(ଗୁଲାମ ଗସ୍‌): “ଏହା ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ ତଥା ଦୁଃଖଦ ଘଟଣା। ଯେଉଁ ଅମଣିଷ ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି, ସେମାନେ ନିଶ୍ଚିତ ରୂପେ ଦଣ୍ଡ ପାଇବେ। ଏପରି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଝିଅଟି ପାଠ ପଢ଼ୁଥିଲା। ନିଜ ଭବିଷ୍ୟତ ପାଇଁ ସ୍ୱପ୍ନ ବି ଦେଖୁଥିଲା। ଯେଉଁମାନେ ତା’ ପ୍ରତି ଅତ୍ୟାଚାର କରିଛନ୍ତି ସେମାନେ ଦଣ୍ଡ ପାଇବେ।” ରମାଦେବୀ ଛାତ୍ରୀ ଝରାଫୁଲର ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଆଜି ଘଟଣାସ୍ଥଳରେ ପହଞ୍ଚି ଏପରି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା  ।

Advertisment

ଏଥିସହ ମହିଳା କମିଶନ ଅଧ୍ୟକ୍ଷା  କହିଛନ୍ତି,  ପୂରା ଘଟଣା ବାବଦରେ ଯାଜପୁର ଏସ୍‌ପିଙ୍କ ସହ ପୂର୍ବରୁ ଆଲୋଚନା କରିଛି। ଆଜି ପୁଣିଥରେ ଏସ୍‌ପି  ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି।

ଗତକାଲି ଝରାଫୁଲଙ୍କ ବାପା ଝିଅର ହତ୍ୟାକାଣ୍ଡ ପାଇଁ ତା’ର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଗତକାଲି ଦାୟୀ କରିଥିଲେ। ଏନେଇ ପୁଲିସ୍‌ ଗତକାଲି ଖୋଳତାଡ଼ ଆରମ୍ଭ କରିଥିବା ବେଳେ  ଗତ ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା ରାକେଶ । ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ ଏୟାରଫିଲ୍ଡ ଥାନା ପୁଲିସ୍‌ ରାକେଶକୁ ଯାଜପୁର ପୁଲିସ୍‌କୁ ହସ୍ତାନ୍ତର କରିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୁଲିସ୍‌ ସୂଚନା ଦେଇଛି ।

Advertisment

ସୂଚନାଯୋଗ୍ୟ, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଝରାଫୁଲ ନାୟକ।  ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁରେ ଥିଲେ ।  ଗତ ୨୫ ତାରିଖରେ ସ୍ଥାନୀୟ ଅଭିଭାବକ ଚକ୍ରଧର ବେହେରାଙ୍କ ଝିଅର ଜନ୍ମ ଦିନ ଥିବାରୁ  ସେ ଗାଁରୁ ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ।

୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ‘ଝାଡେଶ୍ୱର’ ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥତା ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ।  ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିବାରୁ  ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି ଝିଅ କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା।