Advertisment

ମହିଳା କଂଗ୍ରେସ ପୁନର୍ଗଠନ ପାଇଁ କଂଗ୍ରେସର ୭ ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି ରଦ୍ଦ କରିଦେଇଥିବାବେଳେ ପ୍ରଦେଶ ମହିଳା କଂଗ୍ରେସର ପୁନର୍ଗଠନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ ମହିଳା କଂଗ୍ରେସ କମିଟିର ପୁନର୍ଗଠନ ପାଇଁ ୭ ଜଣିଆ କମିଟି ଗଠନ କରିଛନ୍ତି। ପ୍ରଦେଶ ମହିଳା କଂଗ୍ରେସ କମିଟିରେ ଦଳର କେଉଁ ନେତ୍ରୀମାନଙ୍କୁ ସାମିଲ କରାଯିବ ତା’ର ତାଲିକା ପ୍ରସ୍ତୁତ କରି ଚଳିତମାସ ୧୫ ତାରିଖ ସୁଦ୍ଧା ପିସିସିକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

କଂଗ୍ରେସ କରୋନାକ୍ରାନ୍ତ!

congress.j---

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି ରଦ୍ଦ କରିଦେଇଥିବାବେଳେ ପ୍ରଦେଶ ମହିଳା କଂଗ୍ରେସର ପୁନର୍ଗଠନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ ମହିଳା କଂଗ୍ରେସ କମିଟିର ପୁନର୍ଗଠନ ପାଇଁ ୭ ଜଣିଆ କମିଟି ଗଠନ କରିଛନ୍ତି। ପ୍ରଦେଶ ମହିଳା କଂଗ୍ରେସ କମିଟିରେ ଦଳର କେଉଁ ନେତ୍ରୀମାନଙ୍କୁ ସାମିଲ କରାଯିବ ତା’ର ତାଲିକା ପ୍ରସ୍ତୁତ କରି ଚଳିତମାସ ୧୫ ତାରିଖ ସୁଦ୍ଧା ପିସିସିକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପ୍ରଦେଶ ମହିଳା କଂଗ୍ରେସ କମିଟି ପୁନର୍ଗଠନ ପାଇଁ ଗଠିତ ୭ ଜଣିଆ କମିଟିରେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ବିଜୟଲକ୍ଷ୍ମୀ ସାହୁ, ଉମାରାଣୀ ପାତ୍ର, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ଡଃ ହମିଦ୍ ହୁସେନ ଓ ଯଜ୍ଞେଶ୍ୱର ବାବୁଙ୍କୁ ସାମିଲ କରାଯାଇଛି। କମିଟିର ଆବାହକ ଭାବେ ବିଜୟଲକ୍ଷ୍ମୀ ସାହୁ କାର୍ଯ୍ୟ କରିବେ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଛନ୍ତି। ପିସସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜୀବି ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe