Advertisment

ମହିଳା ଦିବସରେ ଶବ କାନ୍ଧେଇ ଉଦାହରଣ ସୃଷ୍ଟି କଲେ ମହିଳା

ବରଗଡ଼: ଖଟିଆରେ ଥିବା ଶବ ଉପରେ ପଡ଼ିଛି ଫୁଲ ମାଳ। ବନ୍ଧାଯାଇଛି କଦଳୀ ଗଛ। ଆଉ ଖଟିଆ କାନ୍ଧେଇଛନ୍ତି କିଛି ମହିଳା। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏଭଳି ଭାବେ କିଛି ମହିଳାଙ୍କ କାନ୍ଧରେ ବରଗଡ଼ର ଅମ୍ବାପାଲିରେ ଏକ ଶବ ଶୋଭାଯାତ୍ରା ଏବେ ବେଶ ଚର୍ଚ୍ଚାରେ ରହିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବରଗଡ଼ ଅମ୍ବାପାଲି ବାସିନ୍ଦା ଲକ୍ଷ୍ମଣ କୁଅଁରଙ୍କ ମରଶରୀରକୁ କାନ୍ଧରେ ନେଇ ଶବ ସତ୍କାରକୁ ନେଇଛନ୍ତି କିଛି ମହିଳା। ଏପରିକି ଶବ ସତ୍କାରରେ […]

ମହିଳା ଦିବସରେ ଶବ କାନ୍ଧେଇ ଉଦାହରଣ ସୃଷ୍ଟି କଲେ ମହିଳା

Bargarh

Advertisment

ବରଗଡ଼: ଖଟିଆରେ ଥିବା ଶବ ଉପରେ ପଡ଼ିଛି ଫୁଲ ମାଳ। ବନ୍ଧାଯାଇଛି କଦଳୀ ଗଛ। ଆଉ ଖଟିଆ କାନ୍ଧେଇଛନ୍ତି କିଛି ମହିଳା। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏଭଳି ଭାବେ କିଛି ମହିଳାଙ୍କ କାନ୍ଧରେ ବରଗଡ଼ର ଅମ୍ବାପାଲିରେ ଏକ ଶବ ଶୋଭାଯାତ୍ରା ଏବେ ବେଶ ଚର୍ଚ୍ଚାରେ ରହିଛି।

Advertisment

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବରଗଡ଼ ଅମ୍ବାପାଲି ବାସିନ୍ଦା ଲକ୍ଷ୍ମଣ କୁଅଁରଙ୍କ ମରଶରୀରକୁ କାନ୍ଧରେ ନେଇ ଶବ ସତ୍କାରକୁ ନେଇଛନ୍ତି କିଛି ମହିଳା। ଏପରିକି ଶବ ସତ୍କାରରେ ସମ୍ପୂର୍ଣ୍ଣ ସହଯୋଗ କରି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମାଜକୁ ବଡ଼ ବାର୍ତ୍ତା ଦେଇଛନ୍ତି ବରଗଡ଼ ସହରର ଏହି ମହିଳାମାନେ।

ସୀମା ସିଂ, ସବିତା ମଲ୍ଲିକ, ଦେବିକା ସିକ୍କା, ଶାନ୍ତି ମେହେର, ମେରିୟମ ବାର୍ଲା, ରାଧାରାଣୀ ସରକାର, ସଞ୍ଜୁ ମଲ୍ଲିକ ତଥା ତାଙ୍କର କିଛି ସହଯୋଗୀ ଏପରି କାମ କରିପାରିଛନ୍ତି।

Advertisment

ମୃତ୍ୟୁବରଣ କରିଥିବା ଲକ୍ଷ୍ମଣଙ୍କ ଚାରୋଟି ଝିଅ ଅଛନ୍ତି। ଏହି ଅବସରରେ ତାଙ୍କର ବଡ଼ ନାବାଳିକା ଝିଅ ନିଶା କୁଅଁର ମୁଖାଗ୍ନି ଦେଇଛନ୍ତି। ମହିଳା ଶବ କାନ୍ଧେଇବା ଏବଂ ବଡ଼ ଝିଅ ନିଶା ମୁଖାଗ୍ନି ଦେଇ ପ୍ରମାଣ କରିଦେଇଛନ୍ତି, ପ୍ରକୃତରେ ପୁଅ ଝିଅ ସମାନ। ଏନେଇ ଫେସବୁକରେ ବେଶ କିଛି ଫଟୋ ଭାଇରାଲ ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe