/odisha-reporter/media/post_attachments/uploads/2017/06/baripada-3.jpg)
baripada
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ହୋଇଛି। ଗତକାଲି ପହଣ୍ଡି ପରେ ତିନି ଠାକୁର ରଥାରୁଢ଼ ହୋଇଥିଲେ। ପରମ୍ପରା ଅନୁଯାୟୀ ଆଜି ଏଠାରେ ରଥ ଟଣା ହୋଇଛି। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ।
Advertisment
[vc_video link="" align="center"]
ରୀତିନୀତି ଅନୁଯାୟୀ ଗତକାଲି ତିନି ଠାକୁରଙ୍କୁ ଗୋଟି ପହଣ୍ଡି ଅଣାଯାଇ ରଥାରୂଢ଼ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ବଡ଼ଭାଇ ବଳଭଦ୍ରଙ୍କ ରଥ ପହଞ୍ଚିଛି। ତେବେ ଦେବୀ ସୁଭଦ୍ରା ଅଧା ବାଟ ଯାଇ ଟାଉନ୍ ଥାନା ନିକଟରେ ଅଟକି ଯାଇଛନ୍ତି। କାରଣ ସାନଭାଇ କାଳିଆ ଏପର୍ଯ୍ୟନ୍ତ ବାହାରି ନାହାନ୍ତି। ଆସନ୍ତାକାଲି କାଳିଆ ସାଆଁନ୍ତଙ୍କ ରଥ ଟଣାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
