Advertisment

ସ୍ୱାଧୀନତା ଦିବସରେ ଗରା, ବାଲ୍‌ଟି ଧରି ମହିଳା ଓ ଶିଶୁଙ୍କ ଧାରଣା

ରାୟଗଡ଼ା(ମାଉଡ଼ି ବାରିକ): ଦେଶ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଛି। ଏଥିପାଇଁ ଚାରିଆଡ଼ ଉତ୍ସବ ମୁଖର। ହେଲେ ଅନ୍ୟପଟେ ୧୭ ଦିନ ହେବ ପାନୀୟଜଳ ପାଉ ନ ଥିବା ଲୋକେ ଆଜି ଭଳି ଦିନରେ ସରକାର ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ଗରା, ମାଠିଆ ଧରି ଧାରଣା ଦେଉଛନ୍ତି। ରାୟଗଡ଼ା ଜିଲ୍ଲା ସଦର ବ୍ଲକ ମୁଖ୍ୟ ରାସ୍ତା ଉପରେ ଏଭଳି ଦୃଶ୍ୟ ସକାଳୁ ଦେଖିବାକୁ ମିଳିଥିଲା। କଲ୍ୟାଣସିଂହପୁରର ବହୁ ସଂଖ୍ୟକ ମହିଳା ଓ ଶିଶୁ ନିଜର ଅସନ୍ତୋଷ […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସରେ ଗରା, ବାଲ୍‌ଟି ଧରି ମହିଳା ଓ ଶିଶୁଙ୍କ ଧାରଣା

demand

Advertisment

ରାୟଗଡ଼ା(ମାଉଡ଼ି ବାରିକ): ଦେଶ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଛି। ଏଥିପାଇଁ ଚାରିଆଡ଼ ଉତ୍ସବ ମୁଖର। ହେଲେ ଅନ୍ୟପଟେ ୧୭ ଦିନ ହେବ ପାନୀୟଜଳ ପାଉ ନ ଥିବା ଲୋକେ ଆଜି ଭଳି ଦିନରେ ସରକାର ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ଗରା, ମାଠିଆ ଧରି ଧାରଣା ଦେଉଛନ୍ତି। ରାୟଗଡ଼ା ଜିଲ୍ଲା ସଦର ବ୍ଲକ ମୁଖ୍ୟ ରାସ୍ତା ଉପରେ ଏଭଳି ଦୃଶ୍ୟ ସକାଳୁ ଦେଖିବାକୁ ମିଳିଥିଲା। କଲ୍ୟାଣସିଂହପୁରର ବହୁ ସଂଖ୍ୟକ ମହିଳା ଓ ଶିଶୁ ନିଜର ଅସନ୍ତୋଷ ପ୍ରକାଶ କରି ଏହି ଧାରଣାରେ ବସିଥିଲେ।

Advertisment

ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଖୁବ୍‌ଶୀଘ୍ର ପାଇପ୍ ମରାମତି କରାଯାଇ ସେମାନଙ୍କୁ ପାଇପ୍ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ମହିଳା ଓ ଶିଶୁମାନେ ଧାରଣାରୁ ହଟିଥିଲେ।

ମହିଳାମାନେ ଅଭିଯୋଗ କରିଛନ୍ତି, ୧୭ ଦିନ ହେବ ପିଇବା ପାଣି ଯୋଗାଇ ଦିଆଯାଉ ନ ଥିବାରୁ ସେମାନେ ନିକଟସ୍ଥ ନଦୀର ଗୋଳିଆ ପାଣି ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ଏଥିଯୋଗୁ କାହାର ପେଟ ଖରାପ ତ କାହାକୁ ଥଣ୍ଡା ଓ ଜ୍ୱର ହେଉଛି। ତାଙ୍କ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ମାଟି ତଳେ ବିଛା ଯାଇଥିବା ପାଇପକୁ ଭାଙ୍ଗି ଦେଇଛି। ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ହେଁ ପାଣି ପାଇପ୍ ମରାମତି କରାଯାଉନାହିଁ। ତେଣୁ ବାଧ୍ୟ ହୋଇ ସ୍ୱାଧୀନତା ଦିବସ ସତ୍ତ୍ୱେ ଧାରଣାରେ ବସିବାକୁ ପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe