ଦୁଇ ଦିନ ମଧ୍ୟରେ ମହାରଥୀଙ୍କୁ ବିଦା କର: କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବହିଷ୍କାର ଦାବିରେ କଂଗ୍ରେସ ଅଟଳ ରହିଛି। ମନ୍ତ୍ରୀପଦରୁ ଶ୍ରୀ ମହାରଥୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ବିରୋଧ କରାଯିବା ସହ ଜାନୁୟାରୀ ୩ ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି। ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଏକ ପ୍ରେସ ରିଲିଜରେ କହିଛନ୍ତି ଯେ,ନବୀନ ସରକାର ଅମଳରେ ଓଡ଼ିଶାର ନାରୀ ନିର୍ଯାତନା ଏବଂ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ […]

congress

congress

Rakesh Mallick
  • Published: Sunday, 30 December 2018
  • Updated: 30 December 2018, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବହିଷ୍କାର ଦାବିରେ କଂଗ୍ରେସ ଅଟଳ ରହିଛି। ମନ୍ତ୍ରୀପଦରୁ ଶ୍ରୀ ମହାରଥୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ବିରୋଧ କରାଯିବା ସହ ଜାନୁୟାରୀ ୩ ତାରିଖରେ ନବୀନ ନିବାସ ଘେରାଉ କରାଯିବ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି।

ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଏକ ପ୍ରେସ ରିଲିଜରେ କହିଛନ୍ତି ଯେ,ନବୀନ ସରକାର ଅମଳରେ ଓଡ଼ିଶାର ନାରୀ ନିର୍ଯାତନା ଏବଂ ନାରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେବିନା ଗଣଦୁର୍ଷ୍କମ ମାମଲାରେ ନବୀନ ସରକାରରର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ମହାରଥୀ ଯେଉଁଭଳି ଢ଼ଙ୍ଗରେ ବୟାନ ଦେଇଛନ୍ତି ତାହା ସମଗ୍ର ମହିଳା ଜାତି ପ୍ରତି ଅସମ୍ମାନ। ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ତାଙ୍କର ମହିଳାମାନଙ୍କ ପ୍ରତି ଅସମ୍ମାନର ପରିପ୍ରକାଶ ଘଟିଛି । ଯାତ୍ରାପାର୍ଟିର ଖଳନାୟକମାନେ ଯେପରି ବୟାନବାଜି କରନ୍ତି ସେହିପରି ଢ଼ଙ୍ଗରେପିପିଲି ଦୁଷ୍କର୍ମ ମାମଲାରେ ଦାୟିତ୍ୱଶୂନ୍ୟ ଭାବରେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

ମହିଳା ସଶକ୍ତିକରଣ, ନାରୀକୁ ମାଟିକୁ ମା'କୁ ସମ୍ମାନ, ମିଶନଶକ୍ତି, ୩୩% ମହିଳା ସଂରକ୍ଷଣ ଆଦି ଆହ୍ୱାନ ଦେଉଥିବା ସରକାରର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ଶୁଣି ମଧ୍ୟ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତିି। ମୁଖ୍ୟମନ୍ତ୍ରୀଙ୍କର ଯଦି ମହିଳାମାନଙ୍କ ପ୍ରତି ତିଳେହେଲେ ସମ୍ମାନ ଥାଏ, ତା’ହେଲେ ସେ ଏପରି ସମ୍ବେଦନଶୀଳ ଘଟଣାରେ ଦାୟିତ୍ୱହୀନ ଏବଂ ଲଜ୍ଜ୍ୟାଜନକ ବିବୃତି ଦେଉଥିବା ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ କଂଗ୍ରେସ ଦାବି କରୁଛି। ନିୟମିତ ଭାବରେ ମହିଳା ବିରୋଧୀ କାର୍ଯ୍ୟ ଏବଂ ବକ୍ତବ୍ୟରେ ଲିପ୍ତ ଶ୍ରୀ ମହାରଥି କ୍ଷମତାର ଅପବ୍ୟବହାର କରି ମାମଲାର ଗତିକୁ ପ୍ରଭାବିତ କରିଥିବା ମହିଳା କଂଗ୍ରେସ ଅଭିଯୋଗ କରିଛି।

ଯେଉଁ କାରଣରୁ ଶ୍ରୀ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରାଯାଇଥିଲା,ତଦନ୍ତ ସରିବା ପୂର୍ବରୁ କେଉଁ ଚାପର ବଶବର୍ତ୍ତୀ ହୋଇ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କୁ ମନ୍ତ୍ରୀପଦରେ ବସାଇଲେ ବୋଲି ମହିଳା କଂଗ୍ରେସ ପ୍ରଶ୍ନ କରିଛି। ଯେପର୍ଯ୍ୟନ୍ତ ଶ୍ରୀ ମହାରଥୀ ମନ୍ତ୍ରୀପଦରେ ରହିବେ, ନିରପେକ୍ଷ ତଦନ୍ତ ଅସମ୍ଭବ। ତେଣୁ ଏହିପରି ସମ୍ବେଦନଶୀଳ ଘଟଣାରେ ଯଦି ମୁଖ୍ୟମନ୍ତ୍ରୀ ତୁରନ୍ତ ଶ୍ରୀ ମହାରଥିଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ନକରିବେ ତା’ହେଲେ ମହିଳା କଂଗ୍ରେସ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଶ୍ରୀମତୀ ଜେନା ଚେତାବନୀ ଦେଇଛନ୍ତି।

ମହିଳା କଂଗ୍ରେସର ଏପରି ଚେତାବନୀକୁ ନେଇ ମନ୍ତ୍ରୀ ମହାରଥୀ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos