Advertisment

ବନ୍ଦ ହେଲା ଲିଙ୍ଗରାଜ ଜମିରେ କାମ, ସିଜ୍ ହେଲା କଣ୍ଟେନର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ନିର୍ମାଣ କାମ ବନ୍ଦ କରାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବିବାଦୀୟ ଜମିରେ ନାଲି ପତାକା ପୋତାଯାଇଛି। ଏହାସହ ନିର୍ମାଣ କାମରେ ଲାଗିଥିବା କଣ୍ଟେନର୍ ସିଜ୍ କରାଯାଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ପହଞ୍ଚି କାମ ବନ୍ଦ କରିବା ସହ ଜମି ଉପରେ ନୋଟିସ୍ ଲଗାଇଛନ୍ତି। ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ […]

ବନ୍ଦ ହେଲା ଲିଙ୍ଗରାଜ ଜମିରେ କାମ, ସିଜ୍ ହେଲା କଣ୍ଟେନର୍

lingaraj

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ସ୍ଥଳକୁ ଯାଇ ନିର୍ମାଣ କାମ ବନ୍ଦ କରାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବିବାଦୀୟ ଜମିରେ ନାଲି ପତାକା ପୋତାଯାଇଛି। ଏହାସହ ନିର୍ମାଣ କାମରେ ଲାଗିଥିବା କଣ୍ଟେନର୍ ସିଜ୍ କରାଯାଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ପହଞ୍ଚି କାମ ବନ୍ଦ କରିବା ସହ ଜମି ଉପରେ ନୋଟିସ୍ ଲଗାଇଛନ୍ତି। ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଛି। ୨୦୧୬ ମସିହାରେ ଭୁଲବଶତଃ ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ଜମିକୁ ୨ ଜଣ ସାଧାରଣ ଲୋକଙ୍କ ନାଁରେ ଟ୍ରାନ୍ସଫର ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଜମିକୁ ବିକ୍ରି କରିଦେଇଥିଲେ। ଏହି ଜମି ଉପରେ ଘରୋଇ ସଂସ୍ଥା ନିର୍ମାଣ କାମ କରୁଥିଲା। ତେବେ ପରବର୍ତ୍ତୀ ସମୟରେ ଲିଙ୍ଗରାଜଙ୍କ ଜମିକୁ ପୁଣି ଥରେ ଫେରାଇ ନେବାକୁ ରାଜସ୍ୱ ସଚିବ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ବୋର୍ଡ ଅଫ ରେଭିନ୍ୟୁରେ ମାମଲା ବିଚାରାଧିନ ଥିବା ବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାମ କରୁଥିବାରୁ ଏହାକୁ ବନ୍ଦ କରିବା ସହ କଣ୍ଟେନରକୁ ସିଲ ଓ ନାଲି ପତାକା ପୋତି ବାଟ ବନ୍ଦ କରିଛି ପ୍ରଶାସନ।

ଏ ନେଇ ଭୁବନେଶ୍ୱର ତହସିଲଦାର ପ୍ରଦୀପ କୁମାର ସାହୁ କହିଛନ୍ତି, ବୋର୍ଡ ରେଭିନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ଆମେ କାମ ବନ୍ଦ କରିଛୁ। ପୁଲିସର ଉପସ୍ଥିତିରେ କାମ ବନ୍ଦ କରାଯାଇଛି। ଯେପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନହୋଇଛି, ସେ ଯାଏ କାମ ବନ୍ଦ ରହିବ ବୋଲି ସେ କହିଛନ୍ତି।

Advertisment

ଏପଟେ ଲିଙ୍ଗରାଜ ଜମି ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଠାକୁରଙ୍କ ଜମିକୁ ଯଦି ଲୋକେ ହଡ଼ପ କରିବେ, ତାହେଲେ ଏହାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କିଛି ହୋଇପାରିବ ନାହିଁ। ଏହି ସରକାର ସମୟରେ ଠାକୁର ସୁରକ୍ଷିତ ନାହାନ୍ତି। ଠାକୁରଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଥାଏ। ଏ ସରକାର ଦେବଶ୍ୱ ସହ ଠାକୁର ଖାଇ ଖଟୁଲୀ ଖାଇବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥଙ୍କର ଜମି ସବୁ ହଡପ ହେଉଛି। ଆଉ ଭୁବନେଶ୍ୱର ତହସିଲଦାରଙ୍କ ସ୍ପଷ୍ଟୀକରଣ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ବିଜେପି ଦାବି କରୁଛି।

ସେ ଆହୁରି କହିଛନ୍ତି, ବିଗତ ଦିନରେ ଏକାମ୍ର କ୍ଷେତ୍ର ବିକାଶ ପାଇଁ ଲୋକଙ୍କୁ ସରକାର ପ୍ରବର୍ତ୍ତାଇଲେ। ଲୋକ ଜମି ଦେଉଛନ୍ତି ଆଉ ସରକାର ଅର୍ଥ ଦେଉଛନ୍ତି। ଅପରପକ୍ଷରେ ସରକାର ଠାକୁରଙ୍କ ସମ୍ପତ୍ତିକୁ ଅଣଦେଖା କରୁଛନ୍ତି। ଯଦି ବାଡ଼ କ୍ଷେତ ଖାଇବ ଏଥିରେ କଣ କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି। ସେପଟେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଲିଙ୍ଗରାଜଙ୍କ ଜମିରେ କୌଣସି ସାଲିସ କରାଯିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe