ଜୀବନ ଥିବା ବେଳେ କେହି ଶୁଣିଲେନି, ମଲା ପରେ ଦେଉଛନ୍ତି ସହାୟତା

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମୃତ୍ୟୁ ପୂର୍ବରୁ ଯେଉଁ ସହାୟତା ପାଇଁ ଦୌଡି ଦୌଡ଼ି ଜୋତା ଘୋରି ଯାଇଥିଲା ଏବେ ମିଳୁଛି ତାହା। ଏ ହେଉଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମୃତ ଚାଷୀ ଲକ୍ଷ୍ମୀଧର ବେହେରାଙ୍କ କଥା। ଆଜି ବିଡିଓ ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ବିଜୁ ପକ୍କା ଘର(ତିତିଲି) କାର୍ଯ୍ୟାଦେଶ ଦେଇଛନ୍ତି। ପକ୍କା ଘର ଖଣ୍ଡେ ପାଇଁ ଲାଞ୍ଚ ଦେଇ ନପାରିବାରୁ […]

farmer

farmer

Rakesh Mallick
  • Published: Friday, 18 January 2019
  • Updated: 18 January 2019, 09:47 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମୃତ୍ୟୁ ପୂର୍ବରୁ ଯେଉଁ ସହାୟତା ପାଇଁ ଦୌଡି ଦୌଡ଼ି ଜୋତା ଘୋରି ଯାଇଥିଲା ଏବେ ମିଳୁଛି ତାହା। ଏ ହେଉଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମୃତ ଚାଷୀ ଲକ୍ଷ୍ମୀଧର ବେହେରାଙ୍କ କଥା। ଆଜି ବିଡିଓ ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ବିଜୁ ପକ୍କା ଘର(ତିତିଲି) କାର୍ଯ୍ୟାଦେଶ ଦେଇଛନ୍ତି। ପକ୍କା ଘର ଖଣ୍ଡେ ପାଇଁ ଲାଞ୍ଚ ଦେଇ ନପାରିବାରୁ ଲକ୍ଷ୍ମୀଧର ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ତେବେ ମୃତ୍ୟୁ ପୂର୍ବରୁ ସେ ସରକାରୀ ବ୍ୟବସ୍ଥା ଓ ରାଜ୍ୟରେ ଚାଲିଥିବା ପିସି କାରବାର ଗୁମର ଏକ ଭିଡିଓରେ କହି ଯାଇଥିଲେ।

ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍‌ଓ୍ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି(ଥ୍ରୀ ଟି) କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ପଦାରେ ପକାଇ ଦେଇଛି। ଲକ୍ଷ୍ମୀଧରଙ୍କ ପରି ଜଣେ ଗରିବ ଚାଷୀ ନ୍ୟାୟ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଥିଲେ। ତାଙ୍କ ନେହୁରା କେହି ନ ଶୁଣିବାରୁ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ମୃତ୍ୟୁ ପୂର୍ବରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ଜରିଆରେ ଦେଇ ଯାଇଥିଲେ ଜୀବନର ଶେଷ ବାର୍ତ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos