Advertisment

ଅଙ୍ଗନବାଡ଼ି ଛତୁଆରେ ପୋକ ସାଲୁବାଲୁ

ଛତୁଆରେ ପୋକ ସାଲୁବାଲୁ ହେଉଥିବାରୁ ହିତାଧିକାରି ଛତୁଆକୁ ଧରି ବିନିକା ସିଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି।

author-image
Manoj Swain

ଯାହା ମଣିଷଙ୍କ ଖାଇବା ପାଇଁ ତିଆରି ହୋଇଛି ତାହାକୁ ଗୋରୁଗାଇ ମଧ୍ୟ ଖାଇବେ ନାହିଁ। ଏହା ଗର୍ଭବତୀ ମା, ଶିଶୁ ଓ ପ୍ରସୁତିଙ୍କ ପାଇଁ ତିଆରି ହେଇଛି। ହେଲେ ଏଥିରେ ପୋକ ସାଲୁବାଲୁ। ଅତି ନିମ୍ନମାନର ଉତ୍ପାଦନ ପ୍ରଣାଳୀରେ ତିଆରି ହୋଇଛି ଏହି ଛତୁଆ। ଛତୁଆରେ ପୋକ ସାଲୁବାଲୁ ହେଉଥିବାରୁ ହିତାଧିକାରି ଛତୁଆକୁ ଧରି ବିନିକା ସିଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି। କିନ୍ତୁ ସିଡିପିଓ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନାହାନ୍ତି। 

Advertisment
Anganwadi Center Odisha