Advertisment

ଦେଇଦେଲେ କି ଭୁଲ ଇଂଜେକସନ, ଯୁବକ ମୃତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଭୁଲ ଇଞ୍ଜେକ୍ସନ ଦେବା ଯୋଗୁ ଚାଲିଗଲା ଜୀବନ। ଏଭଳି ଅଭିଯୋଗ କରି ଆଜି ସନ୍ଧ୍ୟାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଜଣକ ବଲାଙ୍ଗିର ଇଚ୍ଛାପଡ଼ାର ଦେବାଧି ରାଉତଙ୍କ  ୨୧ ବର୍ଷୀୟ ପୁଅ କାହ୍ନା ରାଉତ। ଆଜି ପୂର୍ବାହ୍ନରେ କାହ୍ନାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ଏଠାରେ ଡାକ୍ତର କାହ୍ନାଙ୍କୁ ଦୁଇଟି ଇଂଜେକସନ ଦେଇଥିଲେ। ଇଂଜେକସନ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଦେଇଦେଲେ କି ଭୁଲ ଇଂଜେକସନ, ଯୁବକ ମୃତ

Balangir

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଭୁଲ ଇଞ୍ଜେକ୍ସନ ଦେବା ଯୋଗୁ ଚାଲିଗଲା ଜୀବନ। ଏଭଳି ଅଭିଯୋଗ କରି ଆଜି ସନ୍ଧ୍ୟାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଜଣକ ବଲାଙ୍ଗିର ଇଚ୍ଛାପଡ଼ାର ଦେବାଧି ରାଉତଙ୍କ  ୨୧ ବର୍ଷୀୟ ପୁଅ କାହ୍ନା ରାଉତ।

Advertisment

ଆଜି ପୂର୍ବାହ୍ନରେ କାହ୍ନାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ଏଠାରେ ଡାକ୍ତର କାହ୍ନାଙ୍କୁ ଦୁଇଟି ଇଂଜେକସନ ଦେଇଥିଲେ। ଇଂଜେକସନ ଦେବାର କିଛି ସମୟ ପରେ କାହ୍ନାଙ୍କର ମୃତ୍ୟୁ ହୋଇଥିଲା।

ଏହା ପରେ ଭୁଲ ଇଂଜେକସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯାଇ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ। ତେଣୁ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ନିଆଯାଇଛି।

Advertisment

ସେପଟେ ଖବର ପାଇ ମୃତ ଯୁବକଙ୍କ ଗାଁ ଲୋକେ ହସ୍‌ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ବଡ଼ ରୂପ ନେଇଛି। ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପୁଲିସ ଫୋର୍ସ ପହଞ୍ଚିଛି।