ଝାଡ଼ା ରୋଗୀକୁ ଡାକ୍ତର ଦେଲେ କଣନଖା ଔଷଧ

ପାରାଦୀପ(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଦାୟିତ୍ୱହୀନତା ଚରମସୀମା ପାର କରିଛି। ଆଜି ଏକ ଶିଶୁର ଜୀବନ ସହ ଖେଳ ଖେଳିଛନ୍ତି ଡାକ୍ତର ଓ ନିରାମୟ କେନ୍ଦ୍ରରେ ମୁତୟନ କର୍ମଚାରୀ। ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦେଇଛନ୍ତି। ଯାହାକୁ ଖାଇ ଶିଶୁ ଅସୁସ୍ଥ ହୋଇପଡ଼ିଛି। ଏ ନେଇ ପାରାଦୀପ ଅଠରବାଙ୍କି ସରକାରୀ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି। ଅସୁସ୍ଥ ଶିଶୁ ଜଣକ ସ୍ଥାନୀୟ ନେହେରୁ ବଙ୍ଗଳା ଅଞ୍ଚଳର। ବାପା ଦୀପକ ରଞ୍ଜନ ଚାନ୍ଦ ଓ […]

Medical

Medical

Niranjan Mishra
  • Published: Monday, 02 May 2022
  • Updated: 02 May 2022, 04:23 PM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର): ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଦାୟିତ୍ୱହୀନତା ଚରମସୀମା ପାର କରିଛି। ଆଜି ଏକ ଶିଶୁର ଜୀବନ ସହ ଖେଳ ଖେଳିଛନ୍ତି ଡାକ୍ତର ଓ ନିରାମୟ କେନ୍ଦ୍ରରେ ମୁତୟନ କର୍ମଚାରୀ। ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦେଇଛନ୍ତି। ଯାହାକୁ ଖାଇ ଶିଶୁ ଅସୁସ୍ଥ ହୋଇପଡ଼ିଛି। ଏ ନେଇ ପାରାଦୀପ ଅଠରବାଙ୍କି ସରକାରୀ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି।

ଅସୁସ୍ଥ ଶିଶୁ ଜଣକ ସ୍ଥାନୀୟ ନେହେରୁ ବଙ୍ଗଳା ଅଞ୍ଚଳର। ବାପା ଦୀପକ ରଞ୍ଜନ ଚାନ୍ଦ ଓ ମା’ ସାଇଲିଜା ଚାନ୍ଦଙ୍କ ଅଭିଯୋଗ ମୁତାବକ, ଆଜି ଶିଶୁର ଦେହ ଖରାପ ହେବାରୁ ସେମାନେ ତାକୁ ନେଇ ଅଠରବାଙ୍କି ସରକାରୀ ହସ୍ପିଟାଲରେ ପହଞ୍ଚି ଥିଲେ। ଝାଡ଼ା ହେଉଥିବାରୁ ଡ୍ୟୁଟିରେ ଥିବା ଡାକ୍ତର ପରୀକ୍ଷା ନିରୀକ୍ଷା କରି ଔଷଧ ଲେଖି ଦେଇଥିଲେ। ସେହି ପ୍ରେସକ୍ରିପ୍ସନ ଦେଖାଇ ସେମାନେ ନିରାମୟା କେନ୍ଦ୍ରରୁ ଔଷଧ ନେଇଥିଲେ। ଘରକୁ ଫେରି ଔଷଧ ଦେବା ପରେ ପିଲା ବାନ୍ତି କରିଥିଲା ଏବଂ ଅସୁସ୍ଥ ହୋଇପଡିଥିଲା। ଏହାକୁ ଶିଶୁର ମା’ ନିଜେ ପରୀକ୍ଷା କରିବାକୁ ଯାଇ ଖାଇବାରୁ ତାଙ୍କର ମଧ୍ୟ ବାନ୍ତି ହୋଇଥିଲା। ସନ୍ଦେହ ହେବାରୁ ହାତ ପାପୁଲିରେ ରଖି ମଳିବାରୁ ଏଥିରୁ ଫେଣ ବାହାରିଥିଲା।

ତେଣୁ ସେ ତୁରନ୍ତ ଶିଶୁକୁ ପୁନଶ୍ଚ ମେଡିକାଲ ଆଣି ଡାକ୍ତରଙ୍କୁ ଦେଖାଇଥିଲେ। ଡ୍ୟୁଟିରେ ଥିବା ଅନ୍ୟଜଣେ ଡାକ୍ତରଙ୍କୁ ଏ ବାବଦରେ ପଚାରିଥିଲେ। ହେଲେ ସେ ଦିଆଯାଇଥିବା ଔଷଧ ବିଷୟରେ କିଛି ନ କହି ଅନ୍ୟ ଔଷଧ ଖାଇବାକୁ ପେସକ୍ରିପସନ ଲେଖି ଦେଇଥିଲେ। ସନ୍ଦେହ ହେବାରୁ ସେମାନେ ଡାକ୍ତରଖାନା ବାହାରେ ଥିବା ଔଷଧ ଦୋକାନମାନଙ୍କରେ ଡାକ୍ତର ପୂର୍ବରୁ ଲେଖିଥିବା ଔଷଧ ସମ୍ପର୍କରେ ପଚାରି ଥିଲେ। ଶିଶୁ ଖାଇଥିବା ଔଷଧ ବୋତଲ ଦେଖାଇଥିଲେ। ସେମାନେ ଏହା କଣାନଖା ଔଷଧ ବୋଲି କହିବା ପରେ ଶିଶୁର ବାପା, ମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଶିଶୁ ଜୀବନ ସୁରକ୍ଷା ନେଇ ସେମାନେ ଚିନ୍ତିତ ହୋଇପଡ଼ିଥିଲେ। ଯାହା ପରେ ସେମାନେ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ଦାୟିତ୍ୱହୀନତା ସମ୍ପର୍କରେ ହୋହଲ୍ଲା କରିଥିଲେ। ଏହି ସମୟରେ ଡାକ୍ତରଖାନା ଗେଟରେ ଜଗୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଆସି ଶିଶୁର ମା’ଙ୍କ ହାତରୁ ଉକ୍ତ ଔଷଧ ଛଡ଼ାଇ ନେଇଥିଲା। ଯାହା ପରେ ଉତ୍ତେଜନା ବଡ଼ ରୂପ ନେଇଥିଲା। ଶିଶୁର ସମ୍ପର୍କିୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ଡାକ୍ତରଙ୍କ ଦାୟିତ୍ୱହୀନତାର ବିରୋଧ କରିଥିଲେ।

ତେବେ ହସ୍ପିଟାଲ ମୁଖ୍ୟ ଡାକ୍ତର ବସନ୍ତ ରାଉତ କହିଛନ୍ତି ଯେ, ରୋଗୀର ଝାଡ଼ା ହେଉଥିବାରୁ ମଳଦ୍ଵାରରେ ସେହି ଲୋସନ୍ ଲଗାଇବାକୁ ଦିଆଯାଇଥିଲା। ହେଲେ ବାପା, ମା ତାଙ୍କ ପିଲାକୁ ଏହି ଔଷଧ ଖୁଆଇ ଦେଇଛନ୍ତି। ତେଣୁ ସେ ଅସୁସ୍ଥ ହୋଇଥିଲା।

ତେଣୁ ଏହି ଭୁଲ ଔଷଧ ଶିଶୁକୁ ଦେବା ପାଇଁ କିଏ ଦାୟୀ ତାହାକୁ ନେଇ ଅଙ୍ଗୁଳି ଉଠିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ଦାୟିତ୍ୱବୋଧତା ଉପରେ ପ୍ରଶ୍ନବାଚୀ ଉଠିଛି। ପ୍ରଥମ କଥା, ଡାକ୍ତରଙ୍କ ପ୍ରେସକ୍ରିପସନ ଲେଖିବା ପରେ ଏହାକୁ ନିରାମୟା କେନ୍ଦ୍ରରେ ମଧ୍ୟ ଯାଞ୍ଚ କରିବାର ଥିଲା। ହେଲେ ସେମାନେ ରୋଗୀକୁ ଭୁଲ ଔଷଧ ଦେଲେ। ଦ୍ୱିତୀୟ କଥା, ପ୍ରେସକ୍ରିପସନରେ କେଟୋକୋନାଜୋଲେ ଲୋସନ ଲେଖା ହୋଇନି। କିନ୍ତୁ ନିରାମୟ କେନ୍ଦ୍ରରେ ଏହି ଔଷଧ ଦିଆଯାଇଛି। ପେସକ୍ରିପସ ଲେଖିଥିବା ମୁଖ୍ୟ ଡାକ୍ତର କହୁଛନ୍ତି ଏହି ଔଷଧ ଲଗାଇବାକୁ ଦିଆଯାଇଛି। ଅନ୍ୟପଟେ ଡାକ୍ତରଙ୍କ ହସ୍ତାକ୍ଷର ଠିକ ଭାବେ ପଢି ନ ପାରି ନିରାମୟା କେନ୍ଦ୍ରରେ ଭୁଲ ଔଷଧ ଦେଇଥିବା କୁହାଯାଉଛି। ଯାହାକୁ ନେଇ ସରକାରୀ ଡାକ୍ତରଖାନାର ବିଧିବ୍ୟବସ୍ଥା ସମାଲୋଚନା ଘେରକୁ ଆସିଛି।

ଆବଶ୍ୟକ ପଡ଼ିଲେ ଡାକ୍ତରଖାନାରେ ଏଭଳି ଦାୟିତ୍ୱହୀନତା ନିମନ୍ତେ ଆଇନର ଆଶ୍ରୟ ନେବେ ବୋଲି ଶିଶୁର ଅଭିଭାବକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story