Advertisment

ଘଣ୍ଟା ପ୍ରତି ୧୬ କିମି ବେଗରେ ଆସୁଛି ୟାସ୍, ପାରାଦୀପ ଠାରୁ ୨୮୦ କିମି ଦୂରରେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର)ବଙ୍ଗୋପସାଗରରେ ୟାସ୍ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଶେଷ ୬ ଘଣ୍ଟାରେ ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ବାତ୍ୟା ୟାସ୍ ରହିଛି। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିମି ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ […]

author-image
Tapas Behera
ଅଦ୍ୟତନ ହୋଇଛି
ଘଣ୍ଟା ପ୍ରତି ୧୬ କିମି ବେଗରେ ଆସୁଛି ୟାସ୍, ପାରାଦୀପ ଠାରୁ ୨୮୦ କିମି ଦୂରରେ

iom

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର)ବଙ୍ଗୋପସାଗରରେ ୟାସ୍ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଶେଷ ୬ ଘଣ୍ଟାରେ ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି ଦୂରରେ ବାତ୍ୟା ୟାସ୍ ରହିଛି। ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୮୦ କିମି ଦୂରରେ ଅଛି ବାତ୍ୟା। ଦୀଘା ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିମି ଦୂରରେ ରହିଛି ୟାସ୍।

Advertisment

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ପରବର୍ତ୍ତୀ ୧୨ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ତଳିଆ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଗଲାଣି

ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଆଜି ଅପରାହ୍ନ ସୁଦ୍ଧା ଅବଶିଷ୍ଟ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ବାତ୍ୟାରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ ପ୍ଲାଟୁନ୍‌ ଓଡ୍ରାଫ୍‌, ୪ପ୍ଲାଟୁନ୍‌ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ୨ଟି ଫାୟାର୍ ଟିମ୍ ଓ ଗୋଟିଏ ଫରେଷ୍ଟ ଟିମ୍ ଭଦ୍ରକରେ ମୁତୟନ କରାଯାଇଛି।

Advertisment
Cyclone Yaas