Advertisment

ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ, କାଲି ଡିପ୍ ଡିପ୍ରେସନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ନେଇ IMD ଡିଜି ମୃତ୍ୟୁୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟାସ୍‌। ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା। କାଲି ସକାଳେ ଡିପ୍ ଡିପ୍ରେସନ ହୋଇ ଝାଡ଼ଖଣ୍ଡ ମୁହାଁଇବ ୟାସ୍। ତେବେ ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି ବୋଲି ସେ କହିଛନ୍ତି।ସାମୁଦ୍ରିକ ଜୁଆର କମିଛି, ଏବେ ୨ ମିଟର […]

author-image
Tapas Behera
ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ଆସିଲେ, କ୍ୱାରେଣ୍ଟାଇନରେ ରହିବେନି

Rain

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ନେଇ IMD ଡିଜି ମୃତ୍ୟୁୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟାସ୍‌। ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା। କାଲି ସକାଳେ ଡିପ୍ ଡିପ୍ରେସନ ହୋଇ ଝାଡ଼ଖଣ୍ଡ ମୁହାଁଇବ ୟାସ୍। ତେବେ ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି ବୋଲି ସେ କହିଛନ୍ତି।ସାମୁଦ୍ରିକ ଜୁଆର କମିଛି, ଏବେ ୨ ମିଟର ପର୍ଯ୍ୟନ୍ତ ଉଠିପାରେ ବୋଲି ସେ କହିଛନ୍ତି।

Advertisment

ଆଜି ଠିକ୍‌ ସକାଳ ୯ଟା ବେଳେ ଧାମରା ଠାରେ ପହଞ୍ଚି ଥିଲା  ବାତ୍ୟା ୟାସ। ଏହା ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ କରିଥିଲା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ ହୋଇଥିଲା। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି।

ଅନ୍ୟପଟେ ଏସ୍‌ଆରସିଙ୍କ କହିବା ଅନୁଯାୟୀ,  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।

Advertisment