ତାତିରୁ ମିଳିବ ତ୍ରାହି, ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରୁ ମୁଳିବ ମୁକ୍ତି। ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ପରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆଶ୍ୱସ୍ତି ଲାଭ କରିଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ୪ ଦିନ ଯାଏଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି  । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।  କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଂଜାମ, […]

thunderstorm

Niharika Rout
  • Published: Thursday, 06 May 2021
  • , Updated: 06 May 2021, 01:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରୁ ମୁଳିବ ମୁକ୍ତି। ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ପରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆଶ୍ୱସ୍ତି ଲାଭ କରିଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ୪ ଦିନ ଯାଏଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି  । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଆଜି ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।  କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ ।

ସେହିପରି ଆସନ୍ତାକାଲି ପାଇଁ ୧୪ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୦ ତାରିଖ ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି।

Related story