Advertisment

୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଘନୀଭୂତ ଲଘୁଚାପ ବଳୟରେ ଶନିବାର ଠାରୁ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ଏହାର ପ୍ରଭାବରେ ରବିବାର ମଧ୍ୟ ଅଧିକାଂଶ ଜିଲ୍ଲାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଭୁବନେଶ୍ୱର ପାଣିପାଗ ବିଭାଗ ଏହି ୱାର୍ଣ୍ଣିଂ ଜାରି କରିଛି। ୟେଲୋ ୱାର୍ଣ୍ଣିଂ ପାଇଥିବା ୭ ଜିଲ୍ଲା ଗୁଡ଼ିକ ହେଲେ ସୁନ୍ଦରଗଡ଼, […]

କାଲିଠୁ ୩ ଦିନ ବର୍ଷିବ

Heavy-Rain

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଘନୀଭୂତ ଲଘୁଚାପ ବଳୟରେ ଶନିବାର ଠାରୁ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ଏହାର ପ୍ରଭାବରେ ରବିବାର ମଧ୍ୟ ଅଧିକାଂଶ ଜିଲ୍ଲାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

Advertisment

ଭୁବନେଶ୍ୱର ପାଣିପାଗ ବିଭାଗ ଏହି ୱାର୍ଣ୍ଣିଂ ଜାରି କରିଛି। ୟେଲୋ ୱାର୍ଣ୍ଣିଂ ପାଇଥିବା ୭ ଜିଲ୍ଲା ଗୁଡ଼ିକ ହେଲେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୧୭ ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ଢେଙ୍କାନାଳ। ଏହି ସବୁ ଜିଲ୍ଲା ଗୁଡ଼ିକରେ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି। ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Advertisment

ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶା ମଧ୍ୟକୁ ବଙ୍ଗୋପସାଗରରୁ ପୂର୍ବଦିଗରୁ କ୍ରମାଗତ ଭାବେ ପୂର୍ବାଳୁ ବାୟୁ ପ୍ରବେଶ କରୁଛି। ଯାହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ତତ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ଜାଗାରେ ବର୍ଷା ଲାଗି ରହିଛି। ବିଶେଷକରି ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବ ଆସନ୍ତାକାଲି ମଧ୍ୟ ରହିବାକୁ ଥିବାରୁ ଉତ୍ତର ଓଡ଼ିଶାର ଚାରି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମଙ୍ଗଳବାର ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବୁଧବାର ଓ ଗୁରୁବାର ବର୍ଷା ପରିମାଣ କମିବାର ସମ୍ଭାବନା ରହିଥିବା ଉମାଶଙ୍କର ଦାସ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe