Advertisment

Fraud Case: ବଲାଙ୍ଗିରର ଦୁଇ ଅପରାଧୀଙ୍କ ଲୁଟ୍ ଫଣ୍ଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗାଁ ଲୋକଙ୍କ ସହ ମିଶୁଥିଲେ। ସେମାନଙ୍କ ବ୍ୟକ୍ତିଗତ ଦସ୍ତାବିଜ ହାସଲ କରୁଥିଲେ। ସେଇଠୁ ଖେଳ ଆରମ୍ଭ ହେଉଥିଲା। ଫେକ୍ ଆକାଉଣ୍ଟ ଖୋଲି ଲୁଟ୍ ପାଇଁ ଫନ୍ଦି ପ୍ରସ୍ତୁତ ହେଉଥିଲା। ଗାଁର ପିଲା ବୋଲି କେହି ସନ୍ଦେହ କରୁ ନ ଥିଲେ।

author-image
OR Desk
Crime

ଗାଁ ଲୋକଙ୍କ ସହ ମିଶୁଥିଲେ। ସେମାନଙ୍କ ବ୍ୟକ୍ତିଗତ ଦସ୍ତାବିଜ ହାସଲ କରୁଥିଲେ। ସେଇଠୁ ଖେଳ ଆରମ୍ଭ ହେଉଥିଲା। ଫେକ୍ ଆକାଉଣ୍ଟ ଖୋଲି ଲୁଟ୍ ପାଇଁ ଫନ୍ଦି ପ୍ରସ୍ତୁତ ହେଉଥିଲା। ଗାଁର ପିଲା ବୋଲି କେହି ସନ୍ଦେହ କରୁ ନ ଥିଲେ। ସେମାନେ ବୁଡ଼ି ବୁଡ଼ି ପାଣି ପିଉଥିଲେ। ସାଇବର କ୍ରାଇମର ବଡ଼ ବଡ଼ ଆକାଙ୍କ ସହ ଲିଙ୍କ ଥିବାରୁ ପୂର୍ବରୁ ଭଲ ରୋଜଗାର କରୁଥିଲେ।  ଡିଲ୍‌ କରି ଏକାବେଳେ ୫ କୋଟି ଚଳୁ କରିଥିଲେ । ଏଥର କିନ୍ତୁ ଚୋର ଘରେ ଆଲୁଅ ପଡ଼ିଛି। ସେମାନଙ୍କ କାରନାମାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ସେମାନଙ୍କୁ ଗିରଫ କରିଛି। 

Advertisment

ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ୩୧ ବର୍ଷୀୟ ଦେବାଶିଷ କାଣ୍ଟି  ଓ ୨୧ ବର୍ଷୀୟ ସୌମ୍ୟରଞ୍ଜନ କବାଟ। ଉଭୟ ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ଗାଁର । ରାଜ୍ୟ ସିଆଇଡି ଓ କ୍ରାଇମବ୍ରାଂଚ ବିଭାଗର ସୂଚନା କ୍ରମେ ଏମାନଙ୍କୁ ବାନ୍ଧିଛି ବଲାଙ୍ଗିର ପୁଲିସ। ବିଭିନ୍ନ କାରବାରରେ ୨୦୨୪-୨୫ ମସିହାରେ ଏମାନେ ବ୍ୟବହାର କରିଥିଲେ ୯୯୨ ମ୍ୟୁଲ ଆକାଉଣ୍ଟ । ପଶ୍ଚିମବଙ୍ଗର ଏକ ଲୁଟେରା ଗ୍ୟାଙ୍ଗ ସହିତ ପାଖାପାଖି ୫ କୋଟି ଟଙ୍କାର କାରବାର କରିଥିଲେ।

ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨୯ଟି ପାସ୍‌ବୁକ୍‌, ୧୫ଟି ଚେକ ବହି, ୧୦ଟି ଡେବିଟ କାର୍ଡ, ଗୋଟିଏ ସ୍ୱାଇପ ମେସିନ, ଆଠଟି ମୋବାଇଲ ଫୋନ, ୫ ସିମକାର୍ଡ, ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇଟି ବାଇକ ଜବତ କରାଯାଇଛି। 

Advertisment

ଗରିବ ଗୁରୁବାଙ୍କୁ ଟାର୍ଗେଟ କରୁଥିଲେ ଅଭିଯୁକ୍ତ ଦ୍ୱୟ। ସାମାନ୍ୟ ଟଙ୍କା ଦେଇ ସେମାନଙ୍କ ପାଖରୁ ବ୍ୟକ୍ତିଗତ ଦସ୍ତାବିଜ ହାସଲ କରୁଥିଲେ। ଏପରିକି ଅସଲି ଦଲିଲ ନେଇ, ଅନ୍ୟମାନଙ୍କ ନାଁରେ ପାସବୁକ ବି ଖୋଲୁଥିଲେ । ତା’ପରେ ଆରମ୍ଭ ହେଉଥିଲା ଲୁଟ୍ । ମିଛ ଅନଲାଇନ ପାର୍ଟଟାଇମ ଜବ, ଇନଭେଷ୍ଟମେଣ୍ଟ ସ୍କାମ, କ୍ୟାଶବ୍ୟାକ ଫ୍ରଡ ଭଳି ଅନଲାଇନ ଠକାମୀରେ ଆକାଉଣ୍ଟଗୁଡିକୁ ବ୍ୟବହାର କରୁଥିଲେ। ଆନ୍ତଃରାଜ୍ୟ ସାଇବର ଫ୍ରଡମାନଙ୍କୁ ମଧ୍ୟ ବିଭିନ୍ନ ଲୋକଙ୍କର ଆକାଉଣ୍ଟକୁ ମୋଟା ଅଙ୍କରେ ବିକ୍ରି କରୁଥିଲେ । ଦୀର୍ଘ ଦିନ ଧରି ସାଇବର ଫ୍ରଡଙ୍କ ସଂର୍ପକରେ ତଥ୍ୟ ସଂଗ୍ରହ କରୁଥିଲା କ୍ରାଇମବ୍ରାଞ୍ଚ । ସୂଚନା ପାଇ ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ସାଇବର ପୁଲିସ । ତେଣୁ ସାଧାରଣ ଲୋକଙ୍କୁ ବଲାଙ୍ଗିର ଏସପି ଅନୁରୋଧ କରିଛନ୍ତି ଯେ କିଛି ଟଙ୍କା ଲୋଭରେ ନିଜର ଦଲିଲ ଓ ଦସ୍ତାବିଜ କୌଣସି ଅଜଣାବ୍ୟକ୍ତିକୁ ଦିଅନ୍ତୁ ନାହିଁ।