ଗାଁ ଲୋକଙ୍କ ସହ ମିଶୁଥିଲେ। ସେମାନଙ୍କ ବ୍ୟକ୍ତିଗତ ଦସ୍ତାବିଜ ହାସଲ କରୁଥିଲେ। ସେଇଠୁ ଖେଳ ଆରମ୍ଭ ହେଉଥିଲା। ଫେକ୍ ଆକାଉଣ୍ଟ ଖୋଲି ଲୁଟ୍ ପାଇଁ ଫନ୍ଦି ପ୍ରସ୍ତୁତ ହେଉଥିଲା। ଗାଁର ପିଲା ବୋଲି କେହି ସନ୍ଦେହ କରୁ ନ ଥିଲେ। ସେମାନେ ବୁଡ଼ି ବୁଡ଼ି ପାଣି ପିଉଥିଲେ। ସାଇବର କ୍ରାଇମର ବଡ଼ ବଡ଼ ଆକାଙ୍କ ସହ ଲିଙ୍କ ଥିବାରୁ ପୂର୍ବରୁ ଭଲ ରୋଜଗାର କରୁଥିଲେ। ଡିଲ୍ କରି ଏକାବେଳେ ୫ କୋଟି ଚଳୁ କରିଥିଲେ । ଏଥର କିନ୍ତୁ ଚୋର ଘରେ ଆଲୁଅ ପଡ଼ିଛି। ସେମାନଙ୍କ କାରନାମାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ୩୧ ବର୍ଷୀୟ ଦେବାଶିଷ କାଣ୍ଟି ଓ ୨୧ ବର୍ଷୀୟ ସୌମ୍ୟରଞ୍ଜନ କବାଟ। ଉଭୟ ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ଗାଁର । ରାଜ୍ୟ ସିଆଇଡି ଓ କ୍ରାଇମବ୍ରାଂଚ ବିଭାଗର ସୂଚନା କ୍ରମେ ଏମାନଙ୍କୁ ବାନ୍ଧିଛି ବଲାଙ୍ଗିର ପୁଲିସ। ବିଭିନ୍ନ କାରବାରରେ ୨୦୨୪-୨୫ ମସିହାରେ ଏମାନେ ବ୍ୟବହାର କରିଥିଲେ ୯୯୨ ମ୍ୟୁଲ ଆକାଉଣ୍ଟ । ପଶ୍ଚିମବଙ୍ଗର ଏକ ଲୁଟେରା ଗ୍ୟାଙ୍ଗ ସହିତ ପାଖାପାଖି ୫ କୋଟି ଟଙ୍କାର କାରବାର କରିଥିଲେ।
ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨୯ଟି ପାସ୍ବୁକ୍, ୧୫ଟି ଚେକ ବହି, ୧୦ଟି ଡେବିଟ କାର୍ଡ, ଗୋଟିଏ ସ୍ୱାଇପ ମେସିନ, ଆଠଟି ମୋବାଇଲ ଫୋନ, ୫ ସିମକାର୍ଡ, ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇଟି ବାଇକ ଜବତ କରାଯାଇଛି।
ଗରିବ ଗୁରୁବାଙ୍କୁ ଟାର୍ଗେଟ କରୁଥିଲେ ଅଭିଯୁକ୍ତ ଦ୍ୱୟ। ସାମାନ୍ୟ ଟଙ୍କା ଦେଇ ସେମାନଙ୍କ ପାଖରୁ ବ୍ୟକ୍ତିଗତ ଦସ୍ତାବିଜ ହାସଲ କରୁଥିଲେ। ଏପରିକି ଅସଲି ଦଲିଲ ନେଇ, ଅନ୍ୟମାନଙ୍କ ନାଁରେ ପାସବୁକ ବି ଖୋଲୁଥିଲେ । ତା’ପରେ ଆରମ୍ଭ ହେଉଥିଲା ଲୁଟ୍ । ମିଛ ଅନଲାଇନ ପାର୍ଟଟାଇମ ଜବ, ଇନଭେଷ୍ଟମେଣ୍ଟ ସ୍କାମ, କ୍ୟାଶବ୍ୟାକ ଫ୍ରଡ ଭଳି ଅନଲାଇନ ଠକାମୀରେ ଆକାଉଣ୍ଟଗୁଡିକୁ ବ୍ୟବହାର କରୁଥିଲେ। ଆନ୍ତଃରାଜ୍ୟ ସାଇବର ଫ୍ରଡମାନଙ୍କୁ ମଧ୍ୟ ବିଭିନ୍ନ ଲୋକଙ୍କର ଆକାଉଣ୍ଟକୁ ମୋଟା ଅଙ୍କରେ ବିକ୍ରି କରୁଥିଲେ । ଦୀର୍ଘ ଦିନ ଧରି ସାଇବର ଫ୍ରଡଙ୍କ ସଂର୍ପକରେ ତଥ୍ୟ ସଂଗ୍ରହ କରୁଥିଲା କ୍ରାଇମବ୍ରାଞ୍ଚ । ସୂଚନା ପାଇ ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ସାଇବର ପୁଲିସ । ତେଣୁ ସାଧାରଣ ଲୋକଙ୍କୁ ବଲାଙ୍ଗିର ଏସପି ଅନୁରୋଧ କରିଛନ୍ତି ଯେ କିଛି ଟଙ୍କା ଲୋଭରେ ନିଜର ଦଲିଲ ଓ ଦସ୍ତାବିଜ କୌଣସି ଅଜଣାବ୍ୟକ୍ତିକୁ ଦିଅନ୍ତୁ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/crime-2026-02-14-14-28-15.jpg)