Advertisment

ପୁଲିସ୍‌ ମାଡ଼ରେ ଫାଟିଲା ଯୁବକଙ୍କ ଆଖି

ବାରିପଦା  (ମାଣିକା ଲାଲ ପାଣି): ପୁଲିସ ମାଡ଼ରେ ଫାଟିଗଲା ଯୁବକଙ୍କ ଆଖି। ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଷ୍ଟେସନ ବଜାର ଅଞ୍ଚଳରୁ। ଆହତ ଯୁବକ ଜଣଙ୍କ ହେଲେ ସହରର ୨୫ ନଂ ଓ୍ୱାର୍ଡର ଶିପୁ ଦାସ (୨୧)। ଅଭିଯୋଗ ଅନୁଯାୟୀ, ଶିପୁ ଗତକାଲି ଷ୍ଟେସନ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ। ହେଲେ ଚେକିଂ ଚାଲୁଥିବାରୁ ପୁଲିସ ହାବୁଡରେ ପଡ଼ି ଯାଇଥିଲେ। ପାଖରେ ପଇସା ନ ଥିବାରୁ ଚେକିଂରୁ ଖସିଯିବା ପାଇଁ ବାଇକ୍ ବୁଲାଇ […]

author-image
Tapaswini Nayak
ପୁଲିସ୍‌ ମାଡ଼ରେ ଫାଟିଲା ଯୁବକଙ୍କ ଆଖି

baripada

ବାରିପଦା  (ମାଣିକା ଲାଲ ପାଣି): ପୁଲିସ ମାଡ଼ରେ ଫାଟିଗଲା ଯୁବକଙ୍କ ଆଖି। ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଷ୍ଟେସନ ବଜାର ଅଞ୍ଚଳରୁ। ଆହତ ଯୁବକ ଜଣଙ୍କ ହେଲେ ସହରର ୨୫ ନଂ ଓ୍ୱାର୍ଡର ଶିପୁ ଦାସ (୨୧)।

Advertisment

ଅଭିଯୋଗ ଅନୁଯାୟୀ, ଶିପୁ ଗତକାଲି ଷ୍ଟେସନ ବଜାରକୁ ଔଷଧ ଆଣିବାକୁ ଯାଇଥିଲେ। ହେଲେ ଚେକିଂ ଚାଲୁଥିବାରୁ ପୁଲିସ ହାବୁଡରେ ପଡ଼ି ଯାଇଥିଲେ। ପାଖରେ ପଇସା ନ ଥିବାରୁ ଚେକିଂରୁ ଖସିଯିବା ପାଇଁ ବାଇକ୍ ବୁଲାଇ ପଳାଇ ଯାଉଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ବାଡ଼ିରେ ପିଟିଥିଲେ। ବାଡ଼ି ପାହାର ତାଙ୍କ ଆଖିରେ ବାଜିଥିଲା।

ଏହା ପରେ ରକ୍ତ ବାହାରିବାରୁ ଶିପୁ ଡାକ୍ତରଖାନା ଯାଇଥିଲେ। ତାଙ୍କ ଆଖିର ଅବସ୍ଥା ସାଂଘାତିକ ଥିବା ଡାକ୍ତର କହିଥିଲେ। ଘଟଣା ସଂପର୍କରେ ସିପୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି। ସୂଚନାଯୋଗ୍ୟ, ଶିପୁ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଲକ୍‌ଡାଉନ୍ ଯୋଗୁଁ ଫେରିଆସି ଘରେ ଅଛନ୍ତି। କାମଧନ୍ଦା ନ ପାଇ ୬ ମାସ ହେବ ସେ ଘରେ ଅଛନ୍ତି।

Advertisment