Advertisment

'ମୋ ମୃତ୍ୟୁ ପାଇଁ ମୋ ଶ୍ୱଶୁର ଘର ଲୋକେ ଦାୟୀ', ଭିଡିଓ କରି ଛାତରୁ ଡେଇଁଲେ ଯୁବକ

ରାଉରକେଲା(ଓଡ଼ିଶା ରିପୋର୍ଟର): ‘ଶ୍ୱଶୁର ଘର ଲୋକେ ମୋ ପରିବାର ନାଁରେ ଯୌତୁକ ନିର୍ଯାତନା କେସ ଦାୟର କରିଛନ୍ତି। ମୋ ବାପା, ମାଙ୍କୁ ପରିଣତ ବୟସରେ କୋର୍ଟ କଚେରିର ଚକ୍କର କାଟିବାକୁ ପଡ଼ୁଛି। ଯାହାକୁ ମୁଁ ଅଦୌ ବରଦାସ୍ତ କରିପାରୁନାହିଁ। ଏଥିପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି। ମୋ ଆତ୍ମହତ୍ୟା ପାଇଁ ମୋ ଶ୍ୱଶୁର ଘର ଲୋକ ଦାୟୀ।’ ଏପରି କହି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରକେଲା ସିଭିଲ ଟାଉନସିଅପ୍ ଅଞ୍ଚଳର ଯୁବ ବ୍ୟବସାୟୀ ରାହୁଲ […]

ଅଦ୍ୟତନ ହୋଇଛି
'ମୋ ମୃତ୍ୟୁ ପାଇଁ ମୋ ଶ୍ୱଶୁର ଘର ଲୋକେ ଦାୟୀ', ଭିଡିଓ କରି ଛାତରୁ ଡେଇଁଲେ ଯୁବକ

rourkela

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ‘ଶ୍ୱଶୁର ଘର ଲୋକେ ମୋ ପରିବାର ନାଁରେ ଯୌତୁକ ନିର୍ଯାତନା କେସ ଦାୟର କରିଛନ୍ତି। ମୋ ବାପା, ମାଙ୍କୁ ପରିଣତ ବୟସରେ କୋର୍ଟ କଚେରିର ଚକ୍କର କାଟିବାକୁ ପଡ଼ୁଛି। ଯାହାକୁ ମୁଁ ଅଦୌ ବରଦାସ୍ତ କରିପାରୁନାହିଁ। ଏଥିପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି। ମୋ ଆତ୍ମହତ୍ୟା ପାଇଁ ମୋ ଶ୍ୱଶୁର ଘର ଲୋକ ଦାୟୀ।’ ଏପରି କହି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରକେଲା ସିଭିଲ ଟାଉନସିଅପ୍ ଅଞ୍ଚଳର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ।

Advertisment

୨୦୧୨ ମସିହା। ଜାମସେଦପୁରରେ ରହୁଥିବା ପ୍ରଦୀପ ଚୁଡ଼ିୱାଲାଙ୍କ ଝିଅ ବର୍ଷା ଚୁଡ଼ିୱାଲା ସହ ଯୁବ ବ୍ୟବସାୟୀ ରାହୁଲଙ୍କ ବିବାହ ହୋଇଥିଲା। କିଛି ଦିନ ପୂର୍ବରୁ ଶ୍ୱଶୁର ଘର ଲୋକେ ରାହୁଲଙ୍କ ପରିବାର ନାଁରେ ମିଛ କେସ କରିଥିଲେ। ବାପା ମା’ଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ। ସେମାନେ ଏହି ବୟସରେ ପୁଲିସ ଷ୍ଟେସନ ଓ କୋର୍ଟ ଯିବା ମୁଁ ବରଦାସ୍ତ କରିପାରୁ ନାହିଁ ବୋଲି ରାହୁଲ ଭିଡିଓରେ କହିଛନ୍ତି। 'ସେମାନେ ମୋ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ମୁଁ ଏଥିପାଇଁ ଘରୁ ବାହାରେ ରହୁଛି। ଏପର୍ଯ୍ୟନ୍ତ କେସର ଶୁଣାଣି ହୋଇ ନାହିଁ। ପୁଲିସ ଏପର୍ଯ୍ୟନ୍ତ ଚାର୍ଜସିଟ୍‌ ଦାଖଲ କରି ନାହିଁ। ଏହି ବୟସରେ ମୋ ମା’ବାପା କେତେ ଥର ପୁଲିସ ଷ୍ଟେସନ ଓ କୋର୍ଟ ଦୌଡ଼ିବେ ମୁଁ ଜାଣିନି ବୋଲି କହିଛନ୍ତି ରାହୁଲ।'

ଭିଡ଼ିଓରେ ଯୁବ ବ୍ୟବସାୟୀ କହିଛନ୍ତି, “ମୋ ସ୍ତ୍ରୀ ବର୍ଷା ବହୁତ ଭଲ ଝିଅ, ସେ ଭଲ ସ୍ତ୍ରୀ ମଧ୍ୟ। ହେଲେ ସେ ସବୁବେଳେ ତାଙ୍କ ବାପାଙ୍କ କଥା ଶୁଣିଥାନ୍ତି। ସେ ତାଙ୍କ ବାପାଙ୍କ କଥାକୁ କେବେ କାଟି ପାରନ୍ତି ନାହିଁ। ବର୍ଷା ଯଦି ମୋ ସାଙ୍ଗରେ ରହିବାକୁ ଖୁସି ନଥିଲେ, ସେ ମୋ ପାଖରୁ ଡିଭୋର୍ସ ନେଇପାରିଥାନ୍ତେ। ମୋ ଆତ୍ମହତ୍ୟା ପାଇଁ ଶ୍ୱଶୁର, ଶାଶୁ  ଓ ଶଳାକୁ ଦାୟୀ କରୁଛି। ସେମାନେ ମୋ ଜୀବନକୁ ନଷ୍ଟ କରି କରି ଦେଇଛନ୍ତି।“

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ଏପରି ଭିଡ଼ିଓ କରିଥିଲେ ଯୁବ ବ୍ୟବସାୟୀ। ପରେ ଗୁରୁବାର ଅପରାହ୍ଣ ଛାତରୁ ଡେଇଁ ଆତ୍ମହତ୍ୟା କରିଥଲେ। ଏନେଇ ଯୁବ ବ୍ୟବସାୟୀ ରାହୁଲଙ୍କ ପରିବାର ପକ୍ଷରୁ ଗତକାଲି ଥାନାରେ ମାମଲା ରୁଜୁ କରାଯାଇଛି। ଯୁବ ବ୍ୟବସାୟୀ ମୃତ୍ୟୁ ପୂର୍ବରୁ କରିଥିବା ଭିଡ଼ିଓ ଚାରିଆଡ଼େ ଭାଇରାଲ ହେଉଛି। ସେପଟେ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।  ରାହୁଲଙ୍କର ଦୁଇଟି ସନ୍ତାନ ଅଛନ୍ତି।

Suicide Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe