Advertisment

“ମୋତେ ଛାଡ଼, ମୁଁ ଡେଇଁବି”: ପ୍ରାୟ ୪୦ ମିନିଟ୍‌ ଧରି ଚାଲିଥିଲା ଏହି ହାଇଡ୍ରାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋତେ ଛାଡ଼, ମୁଁ ଡେଇଁବି। ଆଉ ବଞ୍ଚିବାକୁ ଚାହୁଁନି। ” ପ୍ରାୟ ୪୦ ମିନିଟ୍‌ ଧରି କୁଆଖାଇ ବ୍ରିଜ୍‌ ଉପରେ ଆଜି ଚାଲିଥିଲା ଏହି ହାଇଡ୍ରାମା। ହେଲେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଞ୍ଚିଗଲା ଜଣେ ଯୁବତୀଙ୍କ ଜୀବନ। ଉଦ୍ଧାର ଯୁବତୀଙ୍କୁ  ପୁଲିସ୍‌ ଥାନାକୁ ନେଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌। ସବୁଦିନ ପରି ଗାଡ଼ିମୋଟର ଯାତାୟତ କରୁଥିବା ବେଳେ ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି […]

author-image
Niharika Rout
ଅଦ୍ୟତନ ହୋଇଛି
“ମୋତେ ଛାଡ଼, ମୁଁ ଡେଇଁବି”: ପ୍ରାୟ ୪୦ ମିନିଟ୍‌ ଧରି ଚାଲିଥିଲା ଏହି ହାଇଡ୍ରାମା

girl jump from river

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋତେ ଛାଡ଼, ମୁଁ ଡେଇଁବି। ଆଉ ବଞ୍ଚିବାକୁ ଚାହୁଁନି। ” ପ୍ରାୟ ୪୦ ମିନିଟ୍‌ ଧରି କୁଆଖାଇ ବ୍ରିଜ୍‌ ଉପରେ ଆଜି ଚାଲିଥିଲା ଏହି ହାଇଡ୍ରାମା। ହେଲେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଞ୍ଚିଗଲା ଜଣେ ଯୁବତୀଙ୍କ ଜୀବନ। ଉଦ୍ଧାର ଯୁବତୀଙ୍କୁ  ପୁଲିସ୍‌ ଥାନାକୁ ନେଇଛି।

Advertisment

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌। ସବୁଦିନ ପରି ଗାଡ଼ିମୋଟର ଯାତାୟତ କରୁଥିବା ବେଳେ ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି  ଭୁବନେଶ୍ୱର ହଂସପାଳ ନିକଟ କୁଆଖାଇ ବ୍ରିଜ୍ ନିକଟକୁ ଯାଉଥିଲେ। ଯୁବତୀଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ କାବୁ କରି ନେଇଥିଲେ।

ଏହାସତ୍ତ୍ୱେ ଛାଡ଼ି ଦେବାକୁ ଯୁବତୀଜଣଙ୍କ ଚିତ୍କାର କରୁଥିବାରୁ ସ୍ଥାନୀୟ  ଲୋକେ ତାଙ୍କୁ ବଳପୂର୍ବକ ଏଥିରୁ ନିବୃତ୍ତ କରିଥିବା ଚେଷ୍ଟା କରିଥିଲେ ।  ପ୍ରାୟ ୪୦ ମିନିଟ୍‌ ଧରି ଏହି ଡାଇଡ୍ରାମା ଚାଲିଥିବା ବେଳେ ଏହା ଦେଖିବାକୁ ବ୍ରିଜ ଉପରେ ହୋଇଥିଲା ଲୋକଙ୍କ ଗହଳି। ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇଛି।

Advertisment

ଥାନାରେ ଯୁବତୀ ଦେଇଥିବା ବୟାନ ଅନୁଯାୟୀ, ଭାଉଜଙ୍କ ନିର୍ଯାତନା ସହି ନ ହେବାରୁ ସେ ଏପରି ପଦକ୍ଷେପ ନେବାକୁ ସାହସ ଜୁଟାଇଥିଲେ। ପ୍ରାୟ ୩ ମାସ ଧରି ଭାଉଜଙ୍କ ନିର୍ଯାତନା ଦେଉଥିବା ବେଳେ ତାହା ଅସହ୍ୟ ହେଉଥିଲା। ଏହାସତ୍ତ୍ୱେ ସେ ଚୁପ୍‌ଚାପ ସବୁ ସହି ନେଉଥିଲେ। ମାତ୍ର ତାହା ସୀମା ଡେଇଁବାରୁ ବଞ୍ଚିବା କଷ୍ଟକର ହୋଇପଡ଼ିଲା। ତେଣୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଯୁବତୀଜଣକ ପୁଲିସ୍‌ ନିକଟରେ ବୟାନ ଦେଇଛନ୍ତି।

Bhubaneswar Bhubaneswar News