ଅଧା ରହିଗଲା ସ୍ୱପ୍ନ, ଟାଣିନେଲା ମୃତ୍ୟୁ; ପୋଖରୀରେ ବୁଡ଼ିଗଲେ ଇସ୍ରୋ ବୈଜ୍ଞାନିକ

image

image

Niharika Rout
  • Published: Tuesday, 19 April 2022
  • Updated: 19 April 2022, 01:36 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଗାଁର ଥିଲେ ସେ ମଉଡମଣି। ନିଜ ସୁନେଲି ଭବିଷ୍ୟତ ପାଇଁ ଛୋଟ ବୟସରୁ ସ୍ୱପ୍ନ ଦେଖିଥିବା ବେଳେ ତାକୁ ପୂରଣ କରିବାକୁ ସଂଘର୍ଷ ବି ଜାରି ରଖିଥିଲେ। ଶେଷରେ ଆଶା ପୂରଣ ହେଲା। ବରଗଡ଼ ଜିଲ୍ଲାର ଏକ ଉପାନ୍ତ ଗ୍ରାମ ଚାଷୀ ପରିବାରରେ ଜନ୍ମ ହୋଇଥିବା ନିହାର ରଞ୍ଜନ ପ୍ରଧାନ ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ତାହାକୁ ପୂରଣ ବି କରିଥିଲେ।

ମାତ୍ର ୨୭ ବର୍ଷରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ ଯୋଗ ଦେଇଥିବା ନିହାର ଛୁଟିରେ ଘରକୁ ଆସିଥିବା ବେଳେ ଘଟିଛି ଅଘଟଣ । ଅଦିନରେ ନିହାରଙ୍କୁ ମୃତ୍ୟୁ ଟାଣି ନେଇଥିବା ବେଳେ ହତବାକ ହୋଇପଡ଼ିଛନ୍ତି ପରିବାର ଲୋକେ ତଥା ଗ୍ରାମବାସୀ।

ଗତକାଲି ନିହାର ଗାଁ ପୋଖରୀରେ ଗାଧୋଉଥିବା ବେଳେ  ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଅର ଏପରି ଅକାଳ ବିୟୋଗରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି l

ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମର  ରାଜ କୁମାର ପ୍ରଧାନ ଓ ପଙ୍କଜିନୀ ପ୍ରଧାନଙ୍କ ସାନ ପୁଅ ହେଉଛନ୍ତି ନିହାର। ଛୋଟ ବେଳୁ ଅଞ୍ଚଳର ମେଧାବୀ ଛାତ୍ର ଥିବା  ନିହାର ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖୁଥିଲେ। ନିଜ ଲକ୍ଷ୍ୟ ସାଧନ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ନିହାରଙ୍କୁ ଖୁବ୍‌ କମ୍‌ ବୟସରେ ମିଳିଥିଲା ସଫଳତା। ଗତବର୍ଷ ସେ ଇସ୍ରୋ ( ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଲେ।

ଦୀର୍ଘ ଦିନ ପରେ ଛୁଟି ନେଇ ଗତ ଶନିବାର ଗାଁକୁ ଆସିଥିଲେ ନିହାର । ଛୁଟି ସରିଥିଲେ ପୁଣି ଉଡ଼ି ଯାଇଥାନ୍ତେ ନିଜ କର୍ମ ସଂସ୍ଥାନକୁ । ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଜାରି ରଖିଥାନ୍ତେ ପ୍ରୟାସ। ଏତେ ଦିନ ପରେ ପୁଅକୁ ପାଖରେ ପାଇ ବାପାମା’ଙ୍କ ଖୁସିର ବି ଠିକଣା ନ ଥିଲା। ହେଲେ ସବୁ କିଛି ନିମିଷେକ ମଧ୍ୟରେ ଶେଷ ହୋଇଗଲା। ପାଣି ଫୋଟକା ପରି ମିଳାଇଗଲା ଖୁସି। ପୁଅକୁ ପାଇ ଯେଉଁ ପରିବାର ଲୋକଙ୍କ ପାଦ ଖୁସିରେ ତଳେ ଲାଗୁ ନ ଥିଲା, ସେଠି ଏବେ ଅସମ୍ଭବ ନୀରବତା। ପୁଅକୁ ବାହୁନି ବାହୁନି କାନ୍ଦୁଛି ମା’ ।

https://youtu.be/idWrYqs0T3E

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories