Advertisment

କରୋନା ବିଷୟରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଯୁବକ

ଊମରକୋଟ(କାର୍ତ୍ତିକ ମଲ୍ଲିକ): ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ମିଥୁନ ହାଲଦାର। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁରେ। ମିଥୁନ ଗାଁର ଏକ ମାଂସ ଦୋକାନ ସମ୍ମୁଖରେ ରହି ମାଂସ ମଧ୍ୟରେ କୋରନା ଭାଇରସ୍‌ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ। ଏହାପରେ ରାଇଘର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ତେବେ ରାଇଘର ଥାନା […]

କରୋନା ବିଷୟରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଯୁବକ

arrest

Advertisment

ଊମରକୋଟ(କାର୍ତ୍ତିକ ମଲ୍ଲିକ): ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ମିଥୁନ ହାଲଦାର। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁରେ।

Advertisment

ମିଥୁନ ଗାଁର ଏକ ମାଂସ ଦୋକାନ ସମ୍ମୁଖରେ ରହି ମାଂସ ମଧ୍ୟରେ କୋରନା ଭାଇରସ୍‌ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ। ଏହାପରେ ରାଇଘର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ତେବେ ରାଇଘର ଥାନା ଅଧିକାରୀ ସରିତା ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୧୭ ତାରିଖରେ ମିଥୁନ ଗାଁରେ ଥିବା ଏକ ଖାସି ମାଂସ ଦୋକାନରେ କଟା ଯାଇଥିବା ଖାସିରେ କରୋନା ଭାଇରସର ଜୀବାଣୁର ସଂକେତ ଥିବା କଥା କହିବା ସହ ମାଂସ ନ ଖାଇବାକୁ ଲୋକଙ୍କୁ  ପ୍ରବର୍ତ୍ତାଇଥିଲେ। ଏଥିସହ ଏକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିଲେ। ଉକ୍ତ ଭାଇରାଲ ଭିଡିଓକୁ ଥାନା ଅଧିକାରୀ ୧୮ତାରିଖ ରାତିରେ ଦେଖି ତ୍ୱରିତ ପଦକ୍ଷେପ ନେଇ ମିଥୁନଙ୍କୁ ଗିରଫ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe