Advertisment

ମହିଳା ବେଶରେ ଘରେ ପଶିଲେ, ମା’ ଝିଅଙ୍କୁ ଛୁରୀ ଭୁଶିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଘରର ଯୁବକଙ୍କ ଛୁରା ମାଡ଼ରେ ଆହତ ହେଲେ ମା’ ଝିଅ। ପଡ଼ୋଶୀ ଯୁବକଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶିଲେ। ଆଉ ସୁଯୋଗ ଦେଖି ମା’ ଝିଅଙ୍କୁ ଛୁରା ମାଡ଼ କରିଥିବା ଜଣାଯାଇଛି। ତେବେ ଏପରି ଆକ୍ରମଣର କାରଣ ଜଣାପଡ଼ି ନ ଥିବା ବେଳେ ଉଭୟ ମା’, ଝିଅ ଓ ଯୁବକଜଣକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଚାଞ୍ଚଲ୍ୟକର ଘଟଣା ଆଜି ଦିନ ଦିପ୍ରିହରରେ ରାଜଧାନୀ […]

ଅଦ୍ୟତନ ହୋଇଛି
ମହିଳା ବେଶରେ ଘରେ ପଶିଲେ, ମା’ ଝିଅଙ୍କୁ ଛୁରୀ ଭୁଶିଲେ

rupesh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଘରର ଯୁବକଙ୍କ ଛୁରା ମାଡ଼ରେ ଆହତ ହେଲେ ମା’ ଝିଅ। ପଡ଼ୋଶୀ ଯୁବକଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶିଲେ। ଆଉ ସୁଯୋଗ ଦେଖି ମା’ ଝିଅଙ୍କୁ ଛୁରା ମାଡ଼ କରିଥିବା ଜଣାଯାଇଛି। ତେବେ ଏପରି ଆକ୍ରମଣର କାରଣ ଜଣାପଡ଼ି ନ ଥିବା ବେଳେ ଉଭୟ ମା’, ଝିଅ ଓ ଯୁବକଜଣକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଚାଞ୍ଚଲ୍ୟକର ଘଟଣା ଆଜି ଦିନ ଦିପ୍ରିହରରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି।

Advertisment

ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଏପରି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ପୁଲିସ୍‌ର ପ୍ରାଥମିକ ସୂଚନା ଅନୁଯାୟୀ, ରୂପେଶ ନାମକ ଯୁବକଜଣଙ୍କ ମହିଳା ଡ୍ରେସ ପିନ୍ଧି ପଡ଼ୋଶୀ ଘରେ ପଶିଥିବା ସୂଚନା ମିଳିଛି । ଏହାପରେ ସେ  ମା’, ଝିଅଙ୍କୁ  ଆକ୍ରମଣ କରିବା ବେଳେ  ନିଜେ ମଧ୍ୟ ଆହତ ହୋଇଥିଲେ।  ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଛି।

Advertisment

ଅପରପକ୍ଷେ, ରୂପେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ରୂପେଶ ଆକ୍ରମଣ କରିବାକୁ ଯାଇଥିବା ବେଳେ ସେ କିପରି ଗୁରୁତର ଭାବେ ଆକ୍ରମଣର ଶିକାର ହେଲେ ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ଅପରପକ୍ଷେ, ଏନେଇ ରୂପେଶଙ୍କ ପତ୍ନୀ କହିଛନ୍ତି, ଏକାଧିକ ଯୁବକ ଆସି ମୋ ସ୍ୱାମୀଙ୍କୁ ଛୁରା ମାଡ଼ କଲେ। ଗାଡ଼ି ଛଡ଼ାଇ ନେଇଗଲେ।

ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଏ ଯାଏ ରୂପେଶ ମୁହଁ ଖୋଲି ନାହାନ୍ତି। ତେଣୁ କ’ଣ ପାଇଁ ରୂପେଶ ପଡ଼ୋଶୀ ଘରକୁ ଯାଇଥିଲେ, କିଏ ଓ କାହାକୁ ଆକ୍ରମଣ କଲା ସେ ନେଇ ଦେଖାଦେଇଛି ସସ୍‌ପେନ୍ସ।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe