“ମୋମୋ” ଗେମ୍‌ ଖେଳି ଜୀବନ ହାରିଲେ ଆଉ ଜଣେ ଓଡ଼ିଆ ଯୁବକ !

କଟକ (ଓଡ଼ିଶା ରିପୋର୍ଟର): ପ୍ରାଣଘାତୀ ଅନ୍‌ଲାଇନ୍‌ ଗେମ୍ ‘ମୋମୋ’ ପଞ୍ଝାରେ ପଡ଼ି ଯାଇଛି ଆଉ ଜଣେ ଓଡ଼ିଆ ଯୁବକଙ୍କ ଜୀବନ। 
‘ମୋମୋ’ ଗେମ୍ ଖେଳି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଉମାକାନ୍ତ ବେହେରା।
ସେ ଗତ ୨ ମାସକ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରୁ ମିଳିଥିଲା। ତାଙ୍କ ମୋବାଇଲରେ ‘ମୋମୋ’ ଗେମ୍ ଡାଉନ୍‌ଲୋଡ୍‌ ହୋଇଥିବାରୁ ସେ ଏହି ପ୍ରାଣଘାତୀ ଗେମ୍ ଖେଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି ପରିବାର ଲୋକ।
ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦାୟର ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

ସୋନୁଙ୍କ ପାଇଁ ନୂଆ ଜୀବନ ପାଇବେ ୩୯ ଶିଶୁ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଚୋରାଉଥିଲେ ସାନିଟାଇଜର, କ୍ୟାମେରା ଦେଖି କଲେ ଏମିତି କାମ

ଆମିରଙ୍କ ଫିଲ୍ମରେ କରିନା

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ସିଜେଆଇଙ୍କୁ କରିଥିଲେ ଅପମାନିତ

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ହମଲା: ୨ ପୁଲିସ ସହିଦ

୨୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୬୪,୫୫୩ ପଜିଟିଭ, ୧୦୦୭ ମୃତ

ଆଠ ବର୍ଷ ବୟସରେ ଲେଖିଲେ ୫୭ ପୃଷ୍ଠାର ରାମାୟଣ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି