Advertisment

ବିଲରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବାଇକ୍ ଓ ମୋବାଇଲ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି। ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇଥିଲେ। ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, […]

ଅଦ୍ୟତନ ହୋଇଛି
ହାତୀ ଆକ୍ରମଣରେ ଯୁବକ ମୃତ

deadbody

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି।

Advertisment

ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇଥିଲେ। ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ।  ଆଜି ସକାଳେ ମଙ୍ଗଳାଯୋଡି ରାସ୍ତାର ବିଲ ଭିତରୁ ନିହାରଙ୍କ ମୃତଦେହ  ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।   ନିହାରଙ୍କ କିପରି ମୃତ୍ୟୁ ଘଟିଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe