Advertisment

ମହୁ ସଂଗ୍ରହ କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଉଦଳା(ମାନସ ପାଣି): ମହୁ ସଂଗ୍ରହ କରିବାକୁ ଯାଇ ମହୁମାଛି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏଥିସହ ୨ ଜଣ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଚେମଚେଟା ଗାଁରେ ଘଟିଛି। ଗତକାଲି ସନ୍ଧ୍ୟାରେ ଏହି ଗାଁର ୭ ଜଣ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ମହୁମାଛି ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ। ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ […]

ଅଦ୍ୟତନ ହୋଇଛି
ମହୁ ସଂଗ୍ରହ କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

bee

Advertisment

ଉଦଳା(ମାନସ ପାଣି): ମହୁ ସଂଗ୍ରହ କରିବାକୁ ଯାଇ ମହୁମାଛି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏଥିସହ ୨ ଜଣ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଚେମଚେଟା ଗାଁରେ ଘଟିଛି।

Advertisment

ଗତକାଲି ସନ୍ଧ୍ୟାରେ ଏହି ଗାଁର ୭ ଜଣ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ମହୁମାଛି ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ। ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସନିଆ ଭକ୍ତା ନାମକ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା। ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ଅବଶିଷ୍ଟ ୪ ଜଣ ଜଙ୍ଗଲରୁ ସୁରକ୍ଷିତ ଭାବେ ଫେରି ଆସିଥିବା ସୂଚନା ମିଳିଛି। କପ୍ତିପଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe