/odisha-reporter/media/post_attachments/uploads/2019/10/young-man-death-in-lightening-in-sundargarh.jpg)
young-man-death-in-lightening-in-sundargarh
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଜେରକ୍ସ କରି ସାଇକେଲରେ ଫେରୁଥିବା ବେଳେ ବଜ୍ରପାତ ହେଲା। ଫଳରେ ରାସ୍ତାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଆଜି ଅପରାହ୍ନରେ ଏପରି ଅଘଟଣ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଘଟିଛି।
Advertisment
ମନମେନ ପଞ୍ଚାୟତ ବରେଇଗଡ଼ା ଗାଁର ରାହୁଲ ଗୌଡ଼ ଜେରକ୍ସ କରିବା ପାଇଁ ସାଇକେଲ୍ରେ ଯାଇଥିଲେ। ଜେରକ୍ସ କରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଚେତା ହରାଇ ରାସ୍ତାରେ ପଡ଼ି ଯାଇଥିଲେ ରାହୁଲ୍। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
