/odisha-reporter/media/post_attachments/uploads/2020/03/death-1230000.jpg)
death
ରେଢ଼ାଖୋଲ(ରେଢାଖୋଲ): ସମ୍ୱଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ହେମାମୁରା ଗାଁରେ ଜଣେ ଯୁବକ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଜଟିଳ ଦେହୁରୀ। ତାଙ୍କ ଘର ଅନୁଗୋଳ ଜିଲ୍ଲା ସଂଜାମୁରା ଗାଁରେ। ସେ ଗତକାଲି ହେମାମୁରା ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।
Advertisment
ଆଜି ସକାଳେ ସେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ହେଲେ ପୋଖରୀରେ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
