Advertisment

ସାବତ ମା’କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଦବାଗୁଡାସାହିରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଛି ସାବତ ପୁଅ। ଏନେଇ ବାପା ଶ୍ରୀଧର ମହାପାତ୍ର ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମୃତ ମହିଳାଙ୍କ ନାଁ ରାନୁ ମହାପାତ୍ର। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଧରଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଓ ଦୁଇ […]

author-image
Tapaswini Nayak
ସାବତ ମା’କୁ ତଣ୍ଟି ଚିପି ହତ୍ୟା କଲା ପୁଅ

nnnnnnnnnnnnn

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଦବାଗୁଡାସାହିରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଛି ସାବତ ପୁଅ। ଏନେଇ ବାପା ଶ୍ରୀଧର ମହାପାତ୍ର ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମୃତ ମହିଳାଙ୍କ ନାଁ ରାନୁ ମହାପାତ୍ର।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଧରଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବା ବେଳେ ଦ୍ୱିତୀୟ ସ୍ତ୍ରୀଙ୍କର ଗୋଟିଏ ବିକଳାଙ୍ଗ ପୁଅ ଅଛି। ଶ୍ରୀଧରଙ୍କ ବଡ଼ ପୁଅ ବାହାରେ ଚାକିରି କରିଥିବା ବେଳେ ଦୁଇ ଝିଅ ବିବାହ କରିସାରିଛନ୍ତି। ହେଲେ ସାନ ପୁଅ ସୂର୍ଯ୍ୟକାନ୍ତ ସାବତ ମା’ ପାଖରେ ରହୁଥିଲେ।

ବାପା ଦ୍ୱିତୀୟ ବିବାହ କରିବା ପରେ ଘରର ମାଲିକାନାକୁ ନେଇ ସବୁବେଳେ ଘରେ ପାଟିତୁଣ୍ଡ ଲାଗି ରହୁଥିଲା । ଆଜି ସକାଳେ ଘରର ମାଲିକାନାକୁ ନେଇ ସାବତ ମା’ ଓ ସୂର୍ଯ୍ୟକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଯାଇ ସୂର୍ଯ୍ୟକାନ୍ତ ସାବତ ମା’କୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହି ସମୟରେ ଶ୍ରୀଧର ଘରେ ନଥିଲେ। ଘରେ ପହଞ୍ଚି ସବୁ ଜାଣିବା ପରେ ସାନ ପୁଅ ନାଁରେ ଥାନାରେ ଅଭିଯୋଗ କରିଥିଲେ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Murder