ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମଭି- ୮୧ ଗାଁରେ। ଗତକାଲି ହଠାତ୍‌ ଜଣେ ଯୁବକ ମୋବାଇଲ୍ ଟାଓ୍ୱାରରେ ଚଢ଼ିଯାଇଥିଲେ । ଗାଁ ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । […]

mlk-2

mlk-2

Niharika Rout
  • Published: Wednesday, 09 September 2020
  • Updated: 09 September 2020, 07:53 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମଭି- ୮୧ ଗାଁରେ।

ଗତକାଲି ହଠାତ୍‌ ଜଣେ ଯୁବକ ମୋବାଇଲ୍ ଟାଓ୍ୱାରରେ ଚଢ଼ିଯାଇଥିଲେ । ଗାଁ ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ ।

ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ  ସଫଳତାର ସହ ତଳକୁ ଅଣାଯାଇଛି । ଉଦ୍ଧାର ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ଯୁବକଙ୍କ ଘର ଏମ୍‌ଭି-୮୮ ଅଞ୍ଚଳରେ । ତେବେ କିଛି ଦିନ ହେବ ସେ ଏମ୍‌ଭି- ୮୧ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos