mlk-2
ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମଭି- ୮୧ ଗାଁରେ।
ଗତକାଲି ହଠାତ୍ ଜଣେ ଯୁବକ ମୋବାଇଲ୍ ଟାଓ୍ୱାରରେ ଚଢ଼ିଯାଇଥିଲେ । ଗାଁ ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ ।
ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ ସଫଳତାର ସହ ତଳକୁ ଅଣାଯାଇଛି । ଉଦ୍ଧାର ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ଯୁବକଙ୍କ ଘର ଏମ୍ଭି-୮୮ ଅଞ୍ଚଳରେ । ତେବେ କିଛି ଦିନ ହେବ ସେ ଏମ୍ଭି- ୮୧ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/mlk-2.jpg)