ଦୀର୍ଘ ୧୫ ବର୍ଷ ହେଲା ପୁଅ ଶଯ୍ୟାଶାୟୀ। ବିଛଣାରେ ପୁଅ ଶୋଇଛି, ଆଉ ମାଆ ତାକୁ ବିସ୍କୁଟ ଖୁଆଉଛି। ପୁଅ ଚାଲିପାରିବ ନାହିଁ ବୋଲି ଓଦା କପଡ଼ାରେ ତାର ଦେହ ପୋଛି ଦେଉଛି ମାଆ। ଏଭଳି ଏକ ଅସହାୟତାକୁ ନେଇ ଗୁମୁରୁ ଉଠୁଛି ମାଆ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ଏ ହେଉଛନ୍ତି ସୁକୁରା ସିଂ।