/odisha-reporter/media/post_attachments/uploads/2020/05/dkl-6600-1.jpg)
dkl
କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗାଁରେ ଗାଡ଼ିଆରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସନ୍ଧ୍ୟାରାଣୀ ସାହୁ (୨୫)। ସେ ମାନସିକ ରୋଗୀ ଥିଲେ।
Advertisment
ଗତକାଲି ସନ୍ଧ୍ୟାରେ ସନ୍ଧ୍ୟାରାଣୀ ଶୌଚ ପାଇଁ ବାହାରକୁ ଯାଇଥିଲେ। ହେଲେ ସେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନଥିଲେ। ଆଜି ସକାଳେ ଗାଁ ଲୋକେ ସନ୍ଧ୍ୟାଙ୍କ ମୃତଦେହ ଗାଁ ପାଖ ଗାଡ଼ିଆରେ ଭାସୁଥିବାର ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ପରଜଙ୍ଗ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
