/odisha-reporter/media/post_attachments/uploads/2022/10/death.jpg)
death
ପିପିଲି(ଦ୍ଵିତୀକୃଷ୍ଣ ପଟ୍ଟନାୟକ): ମଦ ପିଇ ଘରେ ହଙ୍ଗାମା କରିବାରୁ ବଡ଼ ଭାଇ ପେଟରେ ମଦ ବୋତଲ ଭାଙ୍ଗି ପୂରାଇ ଦେଲା ସାନ। ମଦ ବୋତଲ ପଶି ବଡ଼ ଭାଇର ପଟରେ ଥିବା ଅନ୍ତବୁଜୁଳା ବାହାରକୁ ବାହାରି ଆସିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନା ଅପରେସନ ବେଡରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହେଉଛି। ରାଜଧାନୀ ଉପକଣ୍ଠ ବାଲିପାଟଣା ମୁକୁନ୍ଦଦାଶପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଜଗୁ ଭୋଇ। ସେପଟେ ଆକ୍ରମଣକାରୀ ସାନ ଭାଇ ରାଜା ଭୋଇକୁ ପୁଲିସ ଘରୁ ଉଠାଇ ନେଇ ପଚରାଉଚରା କରୁଛି।
ସୂଚନା ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଜଗୁ ମଦ ପିଇ ଘରେ ହଙ୍ଗାମା କରିଥିଲା। ଏହାକୁ ନେଇ ସାନ ଭାଇ ରାଜା ସହ ତାଙ୍କର ବଚସା ପରେ ମାରପିଟ୍ ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ଜଗୁ ପେଟରେ ଏକ ମଦ ବୋତଲ ଭାଙ୍ଗି ପୂରାଇ ଦେଇଥିଲେ ରାଜା।
ଆକ୍ରମଣରେ ଜଗୁ ପେଟର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରେ କଟକ ଏସ୍ସିବିକୁ ସ୍ଥାନାନର କରାଯାଇଥିଲା। ଆଜି ସକାଳୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି।
ଖବର ପାଇବା ପରେ ବାଲିପାଟଣା ପୁଲିସ ସାନ ଭାଇ ରାଜାକୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ପ୍ରତ୍ୟେକ ଦିନ ଏହି ଦୁଇ ଭାଇ ମଦ ପିଇ ଘରେ ମାରପିଟ୍ ହେଉଥିବା ପଡ଼ୋଶୀମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
