ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ନାୟକାଣିଡ଼ିହି ଗାଁରେ ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭଗବାନ ବାରିକ (୫୮)। ଅଭିଯୁକ୍ତ ସାନ ଭାଇର ନାଁ ରତ୍ନାକର ବାରିକ।
ଆଜି ସକାଳେ ଭଗବାନ ଶୌଚ ହେବା ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ରତ୍ନାକର ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାନ ଭାଇ ରତ୍ନାକରକୁ ଥାନାରେ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ
ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।
Politics
ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା
ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।
Crime
କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍ଏଫ୍?
ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।
Politics
ବିଷ୍ଣୁପଦଙ୍କ ହାତ ଛାଡ଼ିଦେଲେ ସରକାର! ଏବେ ସିବିଆଇ ଆକ୍ସନ ଉପରେ ନଜର
ବିଷ୍ଣୁପଦଙ୍କ ହାତରେ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ିନେଇଛନ୍ତି ସରକାର। ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବେ କି? ଆରମ୍ଭ ହେବ କି ବିଭାଗୀୟ ପ୍ରୋସିଡିଂ?
Politics
ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ଚିଙ୍ଗୁଡ଼ି ବାଣ୍ଟିଛନ୍ତି। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।