Advertisment

ବଡ଼ ଭାଇକୁ ହାଣିଲା ସାନଭାଇ

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ନାୟକାଣିଡ଼ିହି ଗାଁରେ ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭଗବାନ ବାରିକ (୫୮)। ଅଭିଯୁକ୍ତ ସାନ ଭାଇର ନାଁ ରତ୍ନାକର ବାରିକ। ଆଜି ସକାଳେ ଭଗବାନ ଶୌଚ ହେବା ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ରତ୍ନାକର ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ତଳେ ପଡ଼ି ଯାଇଥିଲେ।  ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି  […]

ଅଦ୍ୟତନ ହୋଇଛି
ବଡ଼ ଭାଇକୁ ହାଣିଲା ସାନଭାଇ

bhadrak

Advertisment

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ନାୟକାଣିଡ଼ିହି ଗାଁରେ ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭଗବାନ ବାରିକ (୫୮)। ଅଭିଯୁକ୍ତ ସାନ ଭାଇର ନାଁ ରତ୍ନାକର ବାରିକ।

Advertisment

ଆଜି ସକାଳେ ଭଗବାନ ଶୌଚ ହେବା ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ରତ୍ନାକର ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ତଳେ ପଡ଼ି ଯାଇଥିଲେ।  ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି  ବସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାନ ଭାଇ ରତ୍ନାକରକୁ ଥାନାରେ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe