Advertisment

ସମ୍ପତ୍ତି ପାଇଁ ବଡ଼ ଭାଇକୁ ହାଣିଲା ସାନ ଭାଇ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସମ୍ପତ୍ତି ପାଇଁ ବଡ଼ ଭାଇକୁ ହାଣି ହତ୍ୟା କଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କାସନ୍ଧା ପଞ୍ଚାୟତର ଗଉଡ଼ିଆପଡା ଗାଁରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଅଶୋକ ପରିଡା। ପୁଲିସ ଏହି ଘଟଣାରେ ସାନ ଭାଇ ପ୍ରକାଶ ପରିଡାଙ୍କୁ ଗିରଫ କରିଛି। ବୃଦ୍ଧା ମା’ଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଅଭିଯୋଗ ଅନୁସାରେ, ଅଶୋକ ଓ ପ୍ରକାଶଙ୍କ ମଧ୍ୟରେ ସମ୍ପତ୍ତି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ସାମାନ୍ୟ ବଚସାରୁ ଛୁରା ମାଡ଼

Knife-attack

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସମ୍ପତ୍ତି ପାଇଁ ବଡ଼ ଭାଇକୁ ହାଣି ହତ୍ୟା କଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କାସନ୍ଧା ପଞ୍ଚାୟତର ଗଉଡ଼ିଆପଡା ଗାଁରେ। ମୃତ ବ୍ୟକ୍ତିଜଣଙ୍କ ହେଲେ ଅଶୋକ ପରିଡା। ପୁଲିସ ଏହି ଘଟଣାରେ ସାନ ଭାଇ ପ୍ରକାଶ ପରିଡାଙ୍କୁ ଗିରଫ କରିଛି। ବୃଦ୍ଧା ମା’ଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

Advertisment

ଅଭିଯୋଗ ଅନୁସାରେ, ଅଶୋକ ଓ ପ୍ରକାଶଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ସର୍ବଦା କଳହ ଲାଗି ରୁହେ। ଗତକାଲି ଦିନ ପ୍ରାୟ ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ବଚସା ହୋଇଥିଲା। ଏଥିରେ ପ୍ରକାଶ ରାଗି ଯାଇ ବଡ଼ ଭାଇକୁ ହାଣି ହତ୍ୟା କରିବା ସହ ବୁଦ୍ଧ ମାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ହେଲେ ଗାଁର କଙ୍ଗାରୁକୋର୍ଟ କାରଣରୁ ଖବର ଗାଁ ବାହାରକୁ ଯାଇ ନ ଥିଲା। ତେବେ ଅଶୋକଙ୍କ ପତ୍ନୀ ଫାଣ୍ଡିରେ ରାତିରେ ଅଭିଯୋଗ କରିବା ପରେ ପୁଲିସ ଗାଁରେ ପହଞ୍ଚି ସଙ୍କଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇ ପଠାଇଥିଲା।

Murder