Advertisment

ଭାଇକୁ ହାଣିଦେଲା ଭାଇ

ବାରିପଦା(ମାନିକ୍ ଲାଲ୍ ପାଣି): ଭାଇକୁ ହାଣିଦେଲା ଭାଇ। ମାଛକଟା କଟୁରୀରେ ହାଣି ଭାଇର ଜୀବନ ନେଇଛି ଭାଇ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ୪୫ ବର୍ଷୀୟ ମେଘରାୟ ସରେନ। ହତ୍ୟାକାରୀ ଜଣକ ତାଙ୍କ ଭାଇ ଲକ୍ଷ୍ମଣ ସରେନ। ପ୍ରାଥମିକ ସୂଚନା ମୁତାବକ, ବଡ଼ଭାଇ ପ୍ରାୟତଃ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାରର […]

ଅଦ୍ୟତନ ହୋଇଛି
ଭାଇକୁ ହାଣିଦେଲା ଭାଇ

hatya

Advertisment

ବାରିପଦା(ମାନିକ୍ ଲାଲ୍ ପାଣି): ଭାଇକୁ ହାଣିଦେଲା ଭାଇ। ମାଛକଟା କଟୁରୀରେ ହାଣି ଭାଇର ଜୀବନ ନେଇଛି ଭାଇ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ୪୫ ବର୍ଷୀୟ ମେଘରାୟ ସରେନ। ହତ୍ୟାକାରୀ ଜଣକ ତାଙ୍କ ଭାଇ ଲକ୍ଷ୍ମଣ ସରେନ।

Advertisment

ପ୍ରାଥମିକ ସୂଚନା ମୁତାବକ, ବଡ଼ଭାଇ ପ୍ରାୟତଃ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାରର ସଦସ୍ୟଙ୍କୁ ଗାଳିଗୁଳଜ କରୁଥିଲେ। ଗତକାଲି ରାତିରେ ବଡ଼ଭାଇ ନିଶା ଶକ୍ତ ଅବସ୍ଥାରେ ଆସିବା ପରେ ସାନ ଭାଇ ସହ କଳହ ହୋଇଥିଲା। ସାନଭାଇ କ୍ରୋଧର ବଶବର୍ତ୍ତୀ ହୋଇ ଏକ ମାଛ କଟା କଟୁରୀରେ ବଡ ଭାଇକୁ ଚୋଟ ପକାଇଥିଲା। କଟୁରୀ ଖୁବ୍ ଧାରୁଆ ହୋଇଥିବାରୁ ବଡଭାଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲା। ଖବର ପାଇ ହତ୍ୟାକାରୀ ସାନଭାଇକୁ ଘଟଣା ସ୍ଥଳରୁ ଗିରଫ କରିଛି ବାରିପଦା ସଦର ପୁଲିସ।

ଏଥିସହ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ସହ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଜବତ କରିଛନ୍ତି। ହତ୍ୟାକାଣ୍ଡ ସମ୍ପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିଛି। ଏନେଇ ବାରିପଦା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

Advertisment

ତେବେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ବେଳେ ପୁଲିସକୁ ଗ୍ରାମବାସୀ ତଥା ପରିବାର ଲୋକଙ୍କ ଅସହଯୋଗ ମଧ୍ୟ ଦେଖିବାକୁ ମିଳିଥିଲା। ଶବକୁ କାନ୍ଧ ଦେବାକୁ କେହି ଆଗେଇ ନ ଆସିବାରୁ ଥାନା ଆଇଆଇସି ଶବକୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଟେକି ନେଇ ଆମ୍ବୁଲାନ୍ସରେ ରଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe