Advertisment

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁର ରକ୍ତାକ୍ତ ଝୁଲନ୍ତା ମୃତଦେହ! ହତ୍ୟା ସନ୍ଦେହ

ପାରାଦୀପ (ରମାକାନ୍ତ ନାୟକ): କାଲି (ରବିବାର) ଯାଇଥିଲେ ଶ୍ୱଶୁର ଘର। ଆଜି ଶ୍ୱଶୁର ଘର ଭିତରୁ ମିଳିଲା ଜ୍ୱାଇଁଙ୍କ ରକ୍ତାକ୍ତ ଝୁଲାନ୍ତା ମୃତଦେହ। ଏପରି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତିର୍ତ୍ତୋଲ ଥାନା ପୋଡ଼ାକାନ୍ଥି ଗାଁର ଚିତ୍ତରଞ୍ଜନ ଦାସ। ପ୍ରାୟ ୧୦ ବର୍ଷ ତଳେ ସେ କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁରେ […]

ଅଦ୍ୟତନ ହୋଇଛି
ଅଭିଯୋଗ କରିବାକୁ ଯାଉଥିବା ଭଉଣୀକୁ ଥାନା ସାମ୍ନାରେ ମାରିଦେଲା ଭାଇ

DeadBody

Advertisment

ପାରାଦୀପ (ରମାକାନ୍ତ ନାୟକ): କାଲି (ରବିବାର) ଯାଇଥିଲେ ଶ୍ୱଶୁର ଘର। ଆଜି ଶ୍ୱଶୁର ଘର ଭିତରୁ ମିଳିଲା ଜ୍ୱାଇଁଙ୍କ ରକ୍ତାକ୍ତ ଝୁଲାନ୍ତା ମୃତଦେହ। ଏପରି ଅଭିଯୋଗ ଆସିଛି ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତିର୍ତ୍ତୋଲ ଥାନା ପୋଡ଼ାକାନ୍ଥି ଗାଁର ଚିତ୍ତରଞ୍ଜନ ଦାସ। ପ୍ରାୟ ୧୦ ବର୍ଷ ତଳେ ସେ କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗାଁରେ ବିବାହ କରିଥିଲେ। ତାଙ୍କର ଏବେ ଏକ ପୁଅ ସନ୍ତାନ ଅଛି। କୌଣସି ପାରିବାରିକ ଉତ୍ସବରେ ଯୋଗଦେବା ପାଇଁ ରବିବାର ଚିତ୍ତରଞ୍ଜନ ଶ୍ୱଶୁର ଘର ଯାଇଥିଲେ। ଆଜି ସକାଳେ ସେ କବାଟ ଖୋଲିନଥିଲେ। ପରେ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଝୁଲନ୍ତା ଅବସ୍ଥାରେ ତାଙ୍କର ରକ୍ତାକ୍ତ ମୃତଦେହ ଜବତ କରିଛି! ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି।

ସେପଟେ ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ତାଙ୍କ ସାନ ଭାଇ ରଶ୍ମିରଞ୍ଜନ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସେ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ଶ୍ୱଶୁର ଘର ଲୋକ ମିଳିମିଶି ତାଙ୍କୁ ମାଡ଼ମାରି ଝୁଲାଇ ଦେଇଥିବା ରଶ୍ମିରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି।

Advertisment
Murder Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe