Advertisment

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ। ଗତକାଲି ବିଦ୍ୟାଧର ବିବାହ ଭୋଜି ଖାଇବା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଆସିଥିଲେ। ଏହି ବିବାହ ଭୋଜିକୁ ପରିଡା ସାହିର ଆଦିତ୍ୟ ରାଉତ ମଧ୍ୟ ଆସିଥିଲେ। କୌଣସି କଥାକୁ ନେଇ ଆଦିତ୍ୟ ଓ ବିଦ୍ୟାଧରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଦ୍ୟାଧର […]

ଅଦ୍ୟତନ ହୋଇଛି
ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା

bhadrak

Advertisment

ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ।

Advertisment

ଗତକାଲି ବିଦ୍ୟାଧର ବିବାହ ଭୋଜି ଖାଇବା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଆସିଥିଲେ। ଏହି ବିବାହ ଭୋଜିକୁ ପରିଡା ସାହିର ଆଦିତ୍ୟ ରାଉତ ମଧ୍ୟ ଆସିଥିଲେ। କୌଣସି କଥାକୁ ନେଇ ଆଦିତ୍ୟ ଓ ବିଦ୍ୟାଧରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଦ୍ୟାଧର ଭୋଜି ଖାଇ ଘରୁ ଫେରୁ ଥିବାବେଳେ ବାଟରେ ଆଦିତ୍ୟ ଏକ ବାଉଁଶ ଆଣି ତାଙ୍କୁ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିଲା। ଘଟଣାପରେ ଆଦିତ୍ୟ ଫେରାର ହୋଇଯାଇଥିଲେ।

ବିଦ୍ୟାଧରଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe