Advertisment

ରାତିରେ ଘରକୁ ଫେରୁଥିଲେ, ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ାଠାରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କୃଷ୍ଣଚନ୍ଦ୍ର ରାଉତ। ତାଙ୍କ ଘର ସୋରଡ଼ାରେ। କୃଷ୍ଣ ଦଶପଲ୍ଲାରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ଗତ ରାତିରେ କୃଷ୍ଣ ଘରକୁ ଫେରୁଥିଲା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳୁ ତାଙ୍କ ମୃତଦେହ […]

author-image
Rakesh Mallick
ରାତିରେ ଘରକୁ ଫେରୁଥିଲେ, ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

murder

ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ାଠାରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କୃଷ୍ଣଚନ୍ଦ୍ର ରାଉତ। ତାଙ୍କ ଘର ସୋରଡ଼ାରେ। କୃଷ୍ଣ ଦଶପଲ୍ଲାରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ।

Advertisment

ଗତ ରାତିରେ କୃଷ୍ଣ ଘରକୁ ଫେରୁଥିଲା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି।

ଆଜି ସକାଳୁ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଘରଠାରୁ ଅଳ୍ପ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପଡ଼ିଶା ଘର ଲୋକ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment