Advertisment

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

ତେଲକୋଇ(ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି। ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

murder

ତେଲକୋଇ(ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି।

Advertisment

ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି ପିଉଛି ବୋଲି ମା’ ପୁଅକୁ ତାଗିତ କରିଥିଲା। ଏହି କଥାକୁ ଉଭୟ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।  ପରେ ପୁଅ ଡବରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଶାବଳ ଆଣି ମା’କୁ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଟୁଲେଇଙ୍କ ମୃତ୍ୟୁ ଘଟିଥିଲା।    ଗ୍ରାମବାସୀ ଘଟଣାବିଷୟରେ ଜାଣିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ  ଆରମ୍ଭ କରିଛି।

Murder