Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ  ଛୁରାମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର କଦଳୀଗୋଦାମ ଅଞ୍ଚଳରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଶେଖ ଅବଦୁଲ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବଦୁଲଙ୍କ ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଛି। ଗତକାଲି ରାତିରେ କୌଣସି କଥାକୁ ନେଇ ଅବଦୁଲଙ୍କ ସହ ଆଦିତ୍ୟଙ୍କ ପରିବାର ଲୋକଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଆଦିତ୍ୟ ଏକ ଛୁରି ଆଣି […]

ଅଦ୍ୟତନ ହୋଇଛି
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼

Knife-attack

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ  ଛୁରାମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର କଦଳୀଗୋଦାମ ଅଞ୍ଚଳରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଶେଖ ଅବଦୁଲ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବଦୁଲଙ୍କ ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଛି।

Advertisment

ଗତକାଲି ରାତିରେ କୌଣସି କଥାକୁ ନେଇ ଅବଦୁଲଙ୍କ ସହ ଆଦିତ୍ୟଙ୍କ ପରିବାର ଲୋକଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଆଦିତ୍ୟ ଏକ ଛୁରି ଆଣି ଅବଦୁଲଙ୍କୁ ଭୁସି ଦେଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଆଦିତ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ଅପରାଧୀମାନେ  ଅପରାଧ  କରିବାକୁ ପଛାଉ ନାହାନ୍ତି।  କେଉଁଠି ଛୁରାମାଡ଼ କରୁଛନ୍ତି ତ ଆଉ କେଉଁଠି ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe