Advertisment

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଅଟକ

ଖୋର୍ଦ୍ଧା (ବଳରାମ ଲେଙ୍କା): ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବାଘମାରି ଥାନା ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ସାରି ୪ର୍ଥ ଶ୍ରେଣୀ ଛାତ୍ରୀ ଜଣକ ଖେଳୁଥିଲେ। ଠିକ୍‌ ସେହି ସମୟରେ ଚକ୍‌ଲେଟ ଦେବାର ବାହାନା କରି ଛାତ୍ରୀଙ୍କୁ ଡାକିଥିଲା ପୋଡାଡିହ ଗାଁର ଜଣେ ଯୁବକ। ଛାତ୍ରୀ ଜଣକ ଆସିବା […]

ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

student

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବାଘମାରି ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ସାରି ୪ର୍ଥ ଶ୍ରେଣୀ ଛାତ୍ରୀ ଜଣକ ଖେଳୁଥିଲେ। ଠିକ୍‌ ସେହି ସମୟରେ ଚକ୍‌ଲେଟ ଦେବାର ବାହାନା କରି ଛାତ୍ରୀଙ୍କୁ ଡାକିଥିଲା ପୋଡାଡିହ ଗାଁର ଜଣେ ଯୁବକ। ଛାତ୍ରୀ ଜଣକ ଆସିବା ପରେ ତା’ ମୁହଁରେ ପଟି ବାନ୍ଧି ନିଜ ଘରକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଛାତ୍ରୀ ଜଣକ ଚିତ୍କାର କରିବାରୁ ସେ ଛାଡି ଦେଇଥିଲେ। ପରେ ଛାତ୍ରୀ ଜଣକ ନିଜ ମାଆଙ୍କୁ ପୂରା ଘଟଣା କହିଥିଲେ।

ବୁଧବାର ଛାତ୍ରୀଙ୍କ ମାଆ ସ୍କୁଲରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଛୁଟିରେ ଥିବାରୁ ଗୁରୁବାର ଆସିବାକୁ କୁହାଯାଇଥିଲା। ଆଜି ଏନେଇ ବାଘମାରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ବାଘମାରି ଥାନା ପୁଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଛି। ଏପରିକି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe