Advertisment

ବାପା-ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ

ରାଉରକେଲା (ପବନ ତିୱାରୀ): ସାମାନ୍ୟ କଥାକୁ ନେଇ ଜନ୍ମ ଦେଇଥିବା ବାପା ଓ ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ। ଜମି ଜମା ଓ ଟଙ୍କା ପଇସା ବିବାଦକୁ ନେଇ ପୁଅ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ନୃଶଂସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ ଘଟିଛି। ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଅଭିଯୁକ୍ତ ପୁଅ ଜୟସିଂ ସିଂକୁ ଗିରଫ କରିଛି। […]

author-image
Manoranjan Sial
ଅଦ୍ୟତନ ହୋଇଛି
ବାପା-ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ

crime

ରାଉରକେଲା (ପବନ ତିୱାରୀ): ସାମାନ୍ୟ କଥାକୁ ନେଇ ଜନ୍ମ ଦେଇଥିବା ବାପା ଓ ମାଆଙ୍କୁ ଶିଳପୁଆରେ ପିଟି ମାରିଦେଲା ନିଷ୍ଠୁର ପୁଅ। ଜମି ଜମା ଓ ଟଙ୍କା ପଇସା ବିବାଦକୁ ନେଇ ପୁଅ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଆଜି ଏପରି ନୃଶଂସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ ଘଟିଛି। ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଅଭିଯୁକ୍ତ ପୁଅ ଜୟସିଂ ସିଂକୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ଡିଏସ୍‌ପି ଅସୀମ ପଣ୍ଡା।

Advertisment

ଅଭିଯୋଗରୁ ପ୍ରକାଶ, ଗତ ଦୁଇ ଦିନ ହେଲା ଜୟସିଂ ସିଂଙ୍କ ସହ ବାପା ମନବୋଧ ସିଂ ଓ ମାଆ ଲେଲାବତୀ ସିଂଙ୍କର ଗଣ୍ଡଗୋଳ ଲାଗି ରହିଥିଲା। ଆଜି ପୂର୍ବାହ୍ନରେ ଜୟସିଂ ଘରକୁ ଫେରି ବାପା-ମାଆଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହାକୁ ମନବୋଧ ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ। ଯାହାକୁ ନେଇ ଜୟସିଂ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ପରେ ଏକ ଶିଳପୁଆରେ ବାପା ଓ ମାଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।