Advertisment

ବରଯାତ୍ରୀ ବସ୍‌ରେ ଲାଗିଗଲା ନିଆଁ: ଜୀଅନ୍ତା ଜଳିଗଲେ ଯୁବକ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ଫଳରେ ବସ୍‌ରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜେଶ ଗିରି ବୋଲି କୁହାଯାଉଛି। ତାଙ୍କ ଘର ନୁସୁରି ପଶି ଗାଁରେ। ସୂଚନା ଅନୁସାରେ, ଗତକାଲି ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କେନ୍ଦେଇପଶି ଯାଇଥିଲା। ବିଳମ୍ବିତ ରାତିରେ କନ୍ୟା ଘରୁ ଫେରି ବସ୍‌ଟି ସାମନ୍ତରାପୁର ଗାଁ ବରଘର ନିକଟରେ  ଛିଡା […]

ବରଯାତ୍ରୀ ବସ୍‌ରେ ଲାଗିଗଲା ନିଆଁ: ଜୀଅନ୍ତା ଜଳିଗଲେ ଯୁବକ

fire

Advertisment

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ଫଳରେ ବସ୍‌ରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରାଜେଶ ଗିରି ବୋଲି କୁହାଯାଉଛି। ତାଙ୍କ ଘର ନୁସୁରି ପଶି ଗାଁରେ।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କେନ୍ଦେଇପଶି ଯାଇଥିଲା। ବିଳମ୍ବିତ ରାତିରେ କନ୍ୟା ଘରୁ ଫେରି ବସ୍‌ଟି ସାମନ୍ତରାପୁର ଗାଁ ବରଘର ନିକଟରେ  ଛିଡା ହୋଇଥିଲା। ସମସ୍ତ ବରଯାତ୍ରୀ ବସ୍‌ରୁ ଓହ୍ଲାଇଥିବା ବେଳେ ରାଜେଶ ବସ୍‌ ଭିତରେ ଶୋଇ ପଡ଼ିଥିଲେ। ଫଳରେ କୌଣସି କାରଣରୁ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ତେବେ କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଘଟଗାଁ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe