ଶ୍ରୀମନ୍ଦିର ନୀଳଚକ୍ର ଯାଏ ଚଢ଼ିଗଲେ ପୂଜକ
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ। ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ସିଂହ ଦ୍ୱାର ଥାନା ପୁଲିସ ତାକୁ ଅଟକ ରଖି […]
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ। ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ସିଂହ ଦ୍ୱାର ଥାନା ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।